ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ ପରେ ସଙ୍ଗେ ସଙ୍ଗେ ହରିଶ୍ଚନ୍ଦ୍ର ଯୋଜନା କାର୍ଯ୍ୟକାରୀ  

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସିର ନୂତନ ଅଧ୍ୟକ୍ଷ ଭାବରେ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଦାୟିତ୍ୱ ଗ୍ରହଣ କରିବାପରେ ସଙ୍ଗେ ସଙ୍ଗେବାଲିଗୁଡା ଏନଏସି ରେ ହରିଶ୍ଚନ୍ଦ୍ର ଯୋଜନା କୁ କାର୍ଯ୍ୟକାରୀ କରିଛନ୍ତି ।ବାଲିଗୁଡା ଏନଏସି ର ୱାର୍ଡ ନଂ.୭ ର ଦୁଇଜଣ ହିତାଧିକାରୀଙ୍କ ବାସଭବନ କୁ ଯାଇ ଦୁଃଖ ର ସମୟରେ ସମବେଦନା ଜଣାଇବା ସହ ରାଜ୍ୟ ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନାରେ ଏକ ୩୦୦୦ ଟଙ୍କା ର ଚେକ ପ୍ରଦାନ କରିଛନ୍ତି ।ବିଶେଷ କରି ପ୍ରଥମ ଦିନ ରେ ସାହି କୁ ସାହି ବୁଲି ଦୁଃଖ ସମୟରେ ଠିଆ ହେବା ନିଜ କୁ ଭାଗ୍ୟବାନ ମନେ କରିବା ସହ ସମସ୍ତ ପ୍ରକାର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ,ସାସଂଦ ଡ.ଅଚ୍ୟୁତ ସାମନ୍ତ ,ମନ୍ତ୍ରୀ ପ୍ରତାପ ଜେନା ଏବଂ ବ୍ଲକ ବିଜେଡି ସଭାପତି ଟୁନା ଦାସ ଙ୍କୁ ଦେଇଛନ୍ତି ।ସେମାନଙ୍କ ଉଦ୍ୟମ ହେତୁ ସେ ଆଜି ଜଣେ ଶିକ୍ଷକ ରୁ ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ପାଇଛନ୍ତି ।ଏହି ସମୟରେ ୱାର୍ଡ ର କାଉନସିଲର ଓ ଏନଏସି ର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ |
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ