କାଶୀନଗରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା କାଶୀନଗରର ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏନ୍‌ଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷା ଏମ୍‌.ସୁଧାରାଣୀ ଓ ନିର୍ବାହୀ ଅଧିକାରିଣୀ ଡ.ସତ୍ୟସମ୍ପର୍ଣ୍ଣା ରାଉତଙ୍କ ନେତୃତ୍ୱରେ ଏହି ଉପଲକ୍ଷେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବ୍ଲକ ଅଫିସରେ ଅଧ୍ୟକ୍ଷା ବାଲା ସାୟାମ୍ମା ଓ ବିଡିଓ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଆୟୋଜନର ନେତୃତ୍ୱ ନେଇଥିଲେ । ସେହିପରି ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଶ୍ରୀରାମ ଡିଗ୍ରୀ କଲେଜ୍ ପକ୍ଷରୁ ଉତ୍କଳ ଦିବସ ପାଳିନ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯଥାକ୍ରମେ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର ଓ ଡ.ପ୍ରଶାନ୍ତ ବାନାପିଲି ଏହାର ପରିଚାଳନା କହିଥିଲେ । ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲର କାର୍ଯ୍ୟକ୍ରମରେ ସଂମ୍ପୃକ୍ତ ଅଧ୍ୟକ୍ଷା ସଭାପତିତ୍ୱ କରିଥିବା ବେଳେ, ଶିକ୍ଷୟତ୍ରି ଗୀତାଞ୍ଜଳି ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସକାଶେ ଓଡିଶାର ବରପୁତ୍ରମାନଙ୍କ ତ୍ୟାଗ ଓ ସାଧନ।। ସମ୍ପର୍କରେ ଆଲୋକପାତ କରିଥିଲେ । ବଂଶଧାରା ପାଠାଗାର ପକ୍ଷରୁ ସ୍ଥାନୀୟ ବିଇଓଙ୍କ କାର୍ଯ୍ୟାଳୟ ସବାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ତହସିଲଦାର ସୀମାଞ୍ଚଳ ମହାନ୍ତି, ବିଡିଓ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଏନ୍‌ଏସି ଓ ବ୍ଲକ ଅଧ୍ୟକ୍ଷା, ଡାକ୍ତର ପାର୍ଥସାରଥି ବେହେରା, କାଉନସିଲର କେ.ରାମାରାଓ, ରଘୁରାମ ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ଅଧ୍ୟକ୍ଷତା କରିଥିଲେ ପାଠାଗାର ସବାପତି ହୃଷିକେଶ ଗୌଡ । ମୁଖ୍ୟବକ୍ତା ଭାବେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ସଭାପତି କବି ପ୍ରଶାନ୍ତ ମିଶ୍ର ଯୋଗଦେଇ ଓଡିଆ ଭାଷା ସାହିତ୍ୟର ପ୍ରାଚନତା ଓ ଉତ୍କର୍ଷ ସମ୍ପର୍କରେ କହିଥିଲେ । ସମସ୍ତ ବେସରକାରୀ ଅନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନର ନାମ ଫଲକର ପ୍ରଥମ ଧାଡି ଓଡିଆରେ ଓ ଦ୍ୱିତୀୟ ଧଡି, ତୃତୀୟ ଧାଡି ଯଥାକ୍ରମେ ତେଲୁଗୁ ଏବଂ ଇଂରାଜୀରେ ଯେପରି ଲେଖାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ନିବେଦନ କହିଥିଲେ ପ୍ରଶାସନକୁ । ଶେଷରେ ଶିକ୍ଷକ ଜୟ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । ବହୁ ବୁଦ୍ଧିଜୀବୀ, ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଉସ୍ତ ସମାବେଶରେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ