ହାବଳେଶ୍ୱରରେ ନାଏବ ସରପଞ୍ଚ ନିର୍ବାଚନ ହୋଇପାରିଲାନି

ହାଟଡିହି, (ବିକାଶ ବିଶ୍ୱାଳ) :ହାବଳେଶ୍ୱର ନାଏବ ସରପଞ୍ଚ ନିର୍ବାନକୁ ନେଇ ବିବାଦ ଦେଖାଦେଇଥିବାବେଳେ ନିର୍ବାଚନ ଅଧିକାରୀ ତଥା ବିଡିଓ ଆଜି ନାଏବ ସରପଞ୍ଚ ନିର୍ବାଚନ ପାଇଁ ଦିନଧାର୍ଯ୍ୟ କରିଥିଲେ । କିନ୍ତୁ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ନିର୍ବାଚନ ହୋଇପାରି ନାହିଁ । ଖବରରୁ ଜଣାଯାଇଛି ଯେ ଆଜି ନିର୍ବାଚନ ପାଇଁ ପୁର୍ବରୁ ବିଡିଓ ଚିଠି କରିଥିବାବେଳେ ଆଜି ପ୍ରିଜାଇଡିଂ ଅଫିସର ନରହରି ନାୟକ ଓ ସଂପୃକ୍ତ ପଞ୍ଚାୟତର ପିଇଓ ପଞ୍ଚାତ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଗଣ୍ଡଗୋଳର ଆଶଙ୍କା କରି ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ବ୍ୟାପକ ପୁଲିସ ଫୋର୍ସ ସହିତ ଜଗି ରହିଥିଲେ । କିନ୍ତୁ ନାମାଙ୍କନ ଦାଖଲ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ କେହି ୱାର୍ଡସଭ୍ୟ ସଭ୍ୟା କାର୍ଯ୍ୟାଳୟକୁ ନଯିବାରୁ ବାଧ୍ୟ ହୋଇ ଅଧିକାରୀ ମାନେ ଫେରି ଆସିଥିଲେ । ଗୋଟିଏ ଗୋଷ୍ଠୀ ଗତ ନିର୍ବାଚନରେ ଅପୟତିଦ୍ୱନ୍ଦି ଭାବରେ ନାଏବ ସରପଞ୍ଚ ନିର୍ବାଚନ ସରିଥିବାବେଳେ ପୁଣି କଣପାଇଁ ନାଏବ ସରପଞ୍ଚ ନିର୍ବାଚନ ହେବ ବୋଲି କହୁଥିବାବେଳେ ଭିନ୍ନ ଗୋଷ୍ଠୀର ଲୋକମାନେ ଗଣ୍ଡଗୋଳ ଆଶଙ୍କା କରି ଆସିନଥିବା କହୁଛନ୍ତି । ସରପଞ୍ଚ ରମାକାନ୍ତ ନାୟକଙ୍କ କହିବାନୁଯାଇ ଆଜି ନିର୍ବାଚନ ହେବାକୁ ଥିବାରୁ ଶହଶହ ଲୋକ ରାସ୍ତାର ବିଭିନ୍ନ ସ୍ଥାନରେ ଠେଙ୍ଗାବାଡି ଧରି ଛକି ରହିଲେ । ପୁଲିସ ସିନି କାର୍ଯ୍ୟାଳୟକୁ ଜଗିଲା, ହେଲେ ୱାର୍ଡସଭ୍ୟ ସଭ୍ୟା ମାନେ ଘରୁ ପଞ୍ଚାୟତ କାର୍ଯ୍ୟଳୟକୁ ଗଲେ ସିନା ଭୋଟ ଦେଇଥାନ୍ତେ । ତେଣୁ ଜୀବନକୁ ବିପନ୍ନ କରି କିଏବା କାହିଁକି ଭୋଟ ଦେବାକୁ ଯିବ ବୋଲି ସେ କହିଛନ୍ତି । ଆଜି ସଭ୍ୟସଭ୍ୟାଙ୍କ ଅନୁପସ୍ଥିତି କାରଣରୁ ଭୋଟ ହୋଇପାରିଲାନି ବୋଲି ଜିପିଓ ନବୀନ ଚନ୍ଦ୍ର ନାୟକ ବିଡିଓଙ୍କୁ ଲିଖିତ ଭାବେ ଜଣାଇ ଦେଇଛନ୍ତି । ଅନ୍ୟ ପକ୍ଷରେ ଗତନିର୍ବାଚନ ଦିନ ନିର୍ବାଚିତ ହୋଇଥିବା ନାଏବ ସରପଞ୍ଚ ମାନ୍ୟବର ହାଇକୋର୍ଟରେ ଏନେଇ ମାମଲା ଦାୟର କରିଥିବାରୁ ଆଜି ଯଦି ଭୋଟ ହୋଇଥାନ୍ତା ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଫଳାଫଳ ଘୋଷଣା ହୋଇ ପାରିନଥାନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ