ଋଷିକୂଲ୍ୟା ମୁହାଣରେ ଦ୍ୱିତୀୟ ଦିନରେ : ୧୧୪୩୦୫ ଅଲିଭ ରିଡଲେଙ୍କ ଗଣଅଣ୍ଡାଦାନ
ଗଂଜାମ, (ବିନୋଦ ପଲାଇ) :ବିଶ୍ୱର ଅଲିଭ୍ ରିଡ଼ଲେଙ୍କ ଦ୍ୱିତୀୟ ସର୍ବବୃହତ ଏନ୍ତୁଡ଼ିଶାଳା ଗଞ୍ଜାମ ଋଷିକୂଲ୍ୟା ମୁହାଣ ବେଳାଭୂମିରେ ଦ୍ୱିତୀୟ ଦିନରେ ୧୧୪୩୦୫ ହାଜର କଇଁଛ ଗଣଅଣ୍ଡାଦାନ କରିଥିବା ଜଣାପଡିଛି । ଚଳିତବର୍ଷ ବଟେଶ୍ୱରବେଳାଭୂମୀ ଠାରୁ ଅଳେଶ୍ୱର ବେଳାଭୂମି ପର୍ଯ୍ୟନ୍ତ କଇଁଛମାନେ ଗଣଅଣ୍ଡାଦାନ କରିଛନ୍ତି । ତତସହିତ ନୂତନ ପୁରୁଣାବନ୍ଦ -ଗୋଖରକୁଦା ଆଇଲାଣ୍ଡରେ କଇଁଛ ମାନେ ଗଣଅଣ୍ଡାଦାନ କରୁଥିବା ଦେଖାଯାଇଛି । ଗତ ଦୁଇଦିନ ମଧ୍ୟରେ ୧୧୪୩୦୫ ଅଲିଭ ରିଡ଼ଲେ କଇଁଛ ଗଣଅଣ୍ଡାଦାନ କରିଛନ୍ତି ବୋଲି ଡିଏଫଓ ଅମ୍ଳାନ ନାୟକ କହିଛନ୍ତି । ଖଲ୍ଲିକୋଟ ରେଞ୍ଜର ସିଦ୍ଧାନ୍ତ ଶଙ୍କର ସ୍ୱାଇଁ ଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ନେଇ ତଦାରଖ ଚାଲିଥିବା ଦେଖାଯାଉଛି ।