ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ୦୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିର ଏପ୍ରିଲ ୦୨ ତାରିଖ ଦିନ ଆରମ୍ଭ ହୋଇଯାଇଛି। ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆତ୍ମ ସୁରକ୍ଷା ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ସନ୍ତୋଷ କୁମାର ସ୍ୱାଇଁ ଓ କାହ୍ନୁ ଚରଣ ଦାଶ ଯୋଗଦେଇ ଥିଲେ। ତାଲିମ ଶିବିରର ଉପଦେଷ୍ଟା ଅଧ୍ୟାପିକା ସୁଚିତ୍ରା ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ମାଷ୍ଟର ଟ୍ରେନର ଭାବେ ପୂଜାରାଣୀ ପ୍ରଧାନ ଓ ଦିବ୍ୟାନୀ ସାହୁ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ବିଷୟର ଉଦେଶ୍ୟ ପ୍ରକାଶ କରିବା ସହ ତାଲିମ ପ୍ରଦାନର ଶୁଭାରମ୍ଭ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ + ୨ ପ୍ରଥମ ବର୍ଷର ଛାତ୍ରୀବୃନ୍ଦ ଉପସ୍ଥିତ ରହି ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ