ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଳୋଗାନ ଦେଇ ଏକ ସଚେତନତା ରଥ ଶୁଭାରମ୍ଭ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :ଆଜି ଭଞ୍ଜନଗର ବ୍ଳକ ଶିକ୍ଷା ଅଧିକାରୀ ଙ୍କ ଅଫିସ ତରଫରୁ ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଳୋଗାନ ଦେଇ ଏକ ସଚେତନତା ରଥ ବ୍ଳକର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା I ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ବି.ଇ.ଓ ଏସ୍ ଧନଞ୍ଜୟ ପତାକା ଦେଖାଇ କରିଥିବା ବେଳେ ବି.ଆର୍.ସି.ସି ହୃଷିକେଶ ସ୍ୱାଇଁ ଙ୍କ ନେତୃତ୍ବରେ ଏହି ରଥ ବଡକୋଦଣ୍ଡା, ସାନକୋଦଣ୍ଡା ,ଗୁରାବାଡି,କାଳିଆମ୍ବା, ଗୁଡିଆମ୍ବା ଆଦି ଗ୍ରାମ ଗୁଡିକ ପରିକ୍ରମା କରିଥିଲା I ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ଓ ଗୁରାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରଥକୁ ଭବ୍ୟ ସ୍ୱାଗତ ଜଣାଯାଇଥିବା ବେଳେ କାର୍ଯ୍ୟକ୍ରମରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ସମସ୍ତ ଷ୍ଟାଫ, ସି.ଆର୍.ସି.ସି ମୋହନ ସାହୁ ଙ୍କ ସମେତ ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରା ଓ ଗୁରାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ