13 ଦିନ ପାଇଁ ବିଜେ ହେଲେ ମା ଦଣ୍ଡକାଳୀ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ପର୍ବ ହେଉଛି ଦଣ୍ଡଯାତ୍ରା ପର୍ବ l ମା କାଳୀଙ୍କ ଯାତ୍ରା ବେଶେଷତଃ କେଉଁକେଉଁ ଗ୍ରାମରେ 13 ରୁ 21ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଥାଏ l ପ୍ରତ୍ୟେକ ବର୍ଷର ଚୈତ୍ର ମାସରେ ଏହି ଦଣ୍ଡପର୍ବ ପଡେ l ଦଣ୍ଡଯାତ୍ରାରେ ମାକାଳୀ ଦୀର୍ଘ ଦିନ ଧରି ମନ୍ଦିରରେ ନରହି ବାହାରେ ବୁଲି ବୁଲି ମାନସିକ ଧlରିଙ୍କ ଦlଣ୍ଡ ଦୁଅlରେ ପୂଜା ପାଆନ୍ତି ଏବଂ ମାନସିକ ଧାରୀମାନେ ମା କାଳୀଙ୍କୁ ଧରି ବାହାରେ ବୁଲନ୍ତି l ଦୀର୍ଘ 13 ଦିନ ଧରି ମା ଦଣ୍ଡକାଳୀଙ୍କ ଦଣ୍ଡ ଯାତ୍ରା ଆଜି ବେଲଗୁଣ୍ଠା ରେ ଆରମ୍ଭ ହୋଇଛି l 47 ଜଣ ମାନସିକଧାରୀ କାମିନୀକଙ୍କ ସହିତ ମେନେଜର ଶଙ୍କର ବେହେରା , ସଭାପତି ଭାସ୍କର ପାତ୍ର , ବ୍ରଜେନ୍ଦ୍ରପତି , କାଶୀନାଥସାହୁ, ଲିଖୁ ସାହୁ , ସଞ୍ଜୟ ବେହେରା, ଶିବାଶିଷସାହୁ , ଏବଂ ଗ୍ରାମର ବହୁ ଭକ୍ତ ମିଶି ଏହି ଦଣ୍ଡଯାତ୍ରାକୁ ପରିଚାଳନା କରୁଛନ୍ତି l ଦୀର୍ଘ ଦୁଇ ବର୍ଷ ହେବ କରୋନା କଟକଣା ହେତୁ ଏହି ଦଣ୍ଡଯାତ୍ରା ପର୍ବ ବନ୍ଦ ଥିଲା l ଚଳିତ ବର୍ଷ ଏହି ପରମ୍ପରା ହେଉଥିବାରୁ ମାନସିକଧାରୀ ଏବଂ ଭକ୍ତ ମାନଙ୍କ ମଧ୍ୟରେ ବେଶ ଖୁସି ପରିଲକ୍ଷିତ ହେଉଛି l