ପୋଲିସ୍ ହାଇସ୍କୁଲରେ ଉତ୍କଳ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ପୋଲିସ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଭାଗିରଥି ସ୍ୱାଇଁଙ୍କ ସଭାପତିତ୍ୱରେ ଏକ ସଭା କରାଯାଇ ଉତ୍କଳ ଦିବସ ର ମହତ୍ୱ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଦିବସର ପରିଚୟ ସୃଷ୍ଟି କରିବାରେ ଯେଉଁ ଯୋଗଜନ୍ମା ମାନଙ୍କ ଅତ୍ୟନ୍ତ ଭୂମିକା ରହିଥିଲା ସେମାନଙ୍କୁ ମନେ ପକାଇବା ସହିତ ସେମାନଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଅନିତା ରାୟ, ଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା, ହରିଶ୍ଚନ୍ଦ୍ର ବେହେରାଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ