ଆତ୍ମହତ୍ୟା କରିଥିବା ଡାକ୍ତରାଣୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ : ଡାକ୍ତରଙ୍କ ସୁରକ୍ଷା ଲାଗି ଡାକ୍ତରମାନଙ୍କ ପକ୍ଷରୁ ଧାରଣା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ବହୁ ଚର୍ଚ୍ଚିତ ରାଜସ୍ଥାନର ମହିଳା ଡାକ୍ତରାଣୀ ଅର୍ଚ୍ଚନା ଶର୍ମାଙ୍କ ଆତ୍ମହତ୍ୟା ଘଟଣାକୁ ନିନ୍ଦାକରି ଦେଶବ୍ୟାପୀ ଡାକ୍ତର ମାନଙ୍କୁ ସୁରକ୍ଷା ଦେବା ଲାଗି ଦେଶବ୍ୟାପୀ ଧାରଣା ଲାଗି ଆଏମ୍ଏର ଡାକରାର ପ୍ରଭାବ ଗଜପତି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଥିଲା । ଆଜି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସରକାରୀ ଓ ବେସରକାରୀ ଡାକ୍ତର ମାନେ ଏକତ୍ରିତ ଭାବେ ଧାରଣା ଓ ବିଭିନ୍ନ ସ୍ଲୋଗାନମାନ କରିବା ସହ ମୃତ ଡାକ୍ତର ଅର୍ଚ୍ଚନାଙ୍କ ପ୍ରତି ହୋଇଥିବା ଅନ୍ୟାୟର ସଠିକ ତଦନ୍ତ କରାଯିବା, ଚିକିତ୍ସା କ୍ଷେତ୍ରରେ ସମସ୍ତ ଡାକ୍ତରଙ୍କୁ ସୁରକ୍ଷାଦେବା, ଏଭଳି ପରିସ୍ଥିତି ଯେପରି ନଉପୁଜେ ସେଥିଲାଗି ନିୟମ କାନୁନ କରିବା ଆଦି ଦାବି କହିଥିଲେ ।  ଏନେଇ ଗଜପତି ଡାକ୍ତର ସଂଘର ଏକ ଟିମ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶାସନକୁ ଦାବୀ ପତ୍ର ପ୍ରଦାନକରିଥିବାର ଜଣାପଡିଛି  ସୂଚନା ଯୋଗ୍ୟ ଯେ, ନିଜକୁ ନିର୍ଦ୍ଦୋଷତା ପ୍ରମାଣ କରିବା ପାଇଁ ରାଜସ୍ଥାନର ମହିଳା ଡାକ୍ତର ଅର୍ଚ୍ଚନା ଶର୍ମା ନିଜର ଆତ୍ମହତ୍ୟା କରିଛନ୍ତି । ସେ ଗତ ମଙ୍ଗଳବାର (29 ମାର୍ଚ୍ଚ 2022) ରେ ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଡାକ୍ତରଙ୍କ ମହଲରେ ହଇଚଇ ସୃଷ୍ଟିକରିଥିବା ବେଳେ ବର୍ତ୍ତମାନ ଧାରଣା, ଧର୍ମଘଟ ଆଦି ଆରମ୍ଭ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ