କାନ୍ଦ ବୋବାଳି ରେ ଫାଟି ପଡୁଛି ଗାଁ ମୁଖ : ସେନା କର୍ମଚାରୀ ଙ୍କ ଶେଷ କୃତ୍ୟ ସମ୍ପନ୍ନ ହେଲା ନିଜ ଜନ୍ମ ମାଟିରେ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଦେଶମାତୃର ସେବା କରିବା ନିମନ୍ତେ ନିୟୋଜିତ ଥିବା ଜଣେ ସେନା କର୍ମଚାରୀଙ୍କ ମର ଶରୀର ନିଜ ଜନ୍ମ ମାଟିକୁ ଆସିଵା ପରେ ଗ୍ରାମ ରେ ଏକ ପ୍ରକାର ଶୋକାକୁଳ ପରିବେଶ ସହ ପରିବାର ଏବଂ ଗ୍ରାମବାସୀମାନେ କାନ୍ଦ ବୋବାଳି ରେ ଫାଟି ପଡୁଥିବା ଦେଖିବାକୁ ମିଳିଲା ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ବ୍ରାହ୍ମଣିଆପଲ୍ଲୀ ଗାଁ ରେ l ଗ୍ରାମର ଜି. ଦଣ୍ଡସୀଆମ୍ମା ପାତ୍ର ଙ୍କପୁଅ ସୁବେଦାର ଜି. ଆଡିଅଡାପାତ୍ର ସିକନ୍ଦରବାଦ ସ୍ଥିତ ଆର୍ମି ଏଓସି ରେକଣ୍ଡ ରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟରତ ଥିଲେ l ତାଙ୍କ ର  ସେଠାରେ ଗତ 3 ତାରିଖ ଦିନ ହୃଦଘାତ ମୃତ୍ୟୁ ଘଟିଥିଲା l ଏହାର ଖବର ପ୍ରଚାର ହେବା ପରେ ସେଠାରେ ଏବଂ ବ୍ରାହ୍ମଣିଆପଲ୍ଲୀ ଗାଁ ରେ ଶୋକର ଛାୟା ଖେଳିଯାଇଛି l ଏହି ଦୁଖଃଦ ଖବର ଶୁଣି ମୃତ ପାତ୍ରଙ୍କ ପରିବାର ସମେତ ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଏକ କାନ୍ଦ ବୋବାଳି ସେହି ଦିନ ଠାରୁ ରହିଥିବା ବେଳେ ମଙ୍ଗଳବାର ଦିନ ତାଙ୍କ ର ପାର୍ଥିବ ଶରୀର ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ସହ କର୍ମଚାରୀ ମାନେ ଆଣିଥିଲେ l ଗ୍ରାମ ରେ ସୁବେଦାର ଆଡିଅଡା ପାତ୍ର ଙ୍କ ପାର୍ଥିବ ଶରୀର ଆସୁଥିବା ଦେଖି ତାଙ୍କ ମାଆ ଓ ସ୍ତ୍ରୀ, ଦୁଇ ଝିଅ,ପୁଅ ଏବଂ ଗ୍ରାମବାସୀମାନେ ବିଭିନ୍ନ ପ୍ରକାର ବାହୁନି ବାହୁନି କାନ୍ଦୁ ଥାନ୍ତି l ମର ଶରୀର ତାଙ୍କ ଘର ସମ୍ମୁଖରେ ରଖା ଯାଇ ସେଠାରେ ରୀତିନୀତି ଅନୁସାରେ ବିଭିନ୍ନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା l ପରେ ଗାଁ ସ୍ମଶାନ ଠାରେ ସେନାକର୍ମଚାରୀ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀ ମାନଙ୍କ ଉପସ୍ଥିତ ରେ ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ଜଣାଇ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା l ଏହା ସହିତ ସିକନ୍ଦବାଦ ସ୍ଥିତ ଆର୍ମି ଏଓସି ର ନାଏବ ସୁବେଦାର ଦୁର୍ଯ୍ୟ ଗୌଡ଼ ଓ ଜି. ମନୋଜ କୁମାର ଓ ବହୁ ସେନା କର୍ମଚାରୀ ମାନେ ମୃତ ସୁବେଦାର ଜି.ଆଡିଅଡା ପାତ୍ର ଙ୍କ ପରିବାରଙ୍କୁ ସମବେଦନା ଜଣାଇବା ସହିତ ତାଙ୍କର ପୋଷାକ, ବେଲ୍ଟ ଓ ଜାତୀୟ ପତାକା ତାଙ୍କର ସ୍ତ୍ରୀ ଙ୍କୁ ପ୍ରଦାନ କରିଥିଲେ l ପରେ ଗୋଳାବନ୍ଧ ସ୍ଥିତ ଏଏଡି ସେଣ୍ଟର ର ନାଏବ ସୁବେଦାର ଅଶୋକ ଦେଶମୁଖ, ଆନନ୍ଦ ୟାଦବ, ହାବିଲଦାର ବଞ୍ଜରା, ଡ଼ିଏସ ରାଥଲା, ଭିକାରୀପଲ୍ଲୀ ଗ୍ରାମ ପଂଚାୟତ ର ସରପଞ୍ଚ ମମତା ସୁବୁଦ୍ଧି, ସମିତି ସଭ୍ୟା ଏନ. କାନ୍ତାମ୍ମା ପାତ୍ର, ଆଇନଜୀବୀ ଚୈତନ୍ୟ ପ୍ରଧାନ, ସିପିଆଇ ଜିଲ୍ଲା ସମ୍ପାଦକ ନୀଳକଣ୍ଠ ଦାଶ, ପୂର୍ବତନ ସମିତି ସଭ୍ୟ ମଥୁରା ଚାରଣ ସୁବୁଦ୍ଧି, ଏନ. ମୁନା ପାତ୍ର, ବି. ଯାଗେୟା ପାତ୍ର, ବି. ବାନାମ୍ବର ପାତ୍ର, ବି. ଲିଙ୍ଗରାଜ ପାତ୍ର, ଅଙ୍ଗନୱାଡି କର୍ମୀ ସୁକାନ୍ତି ମିଶ୍ର, ଛତ୍ରପୁର ଅବସରପ୍ରାପ୍ତ ସୈନିକ କର୍ମଚାରୀ ସଙ୍ଘର ଉପସଭାପତି ବି. ଶଙ୍କର ରେଡ୍ଡୀ, ସୁବେଦାର ଏସ ଏନ ପଟ୍ଟନାୟକ, ସୁବେଦାର ମେଜର ଆର. ତ୍ରିନାଥ ରେଡ୍ଡୀ, ହାବିଲଦାର ଯୁଥିଷ୍ଠିର ରେଡ୍ଡୀ ଓ ହାବିଲଦାର ଏମ. କେ. ନାୟକ ଙ୍କସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀ ମାନେ  ସ୍ମଶାନ ରେ ଉପସ୍ଥିତ ରହି ମୃତ ସୁବେଦାର ଆଡିଅଡା ପାତ୍ର ଙ୍କୁ ଶେଷ ସମ୍ମାନ ଜଣାଇଥିଲେ l ମୃତ ସୁବେଦାର ଜି. ଆଡିଅଡା ପାତ୍ର ଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ରହିଥିବା ବେଳେ ସେ ଗତ 21. O8.1996 ମସିହା ରେ ଦେଶ ମାତୃ ର ସେବା କରିବା ନିମନ୍ତେ ସେନା କର୍ମଚାରୀ ଭାବେ ନିଜ କାର୍ଯ୍ୟରେ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ