ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟାପକ ବୀରଭଦ୍ର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଆତ୍ମରକ୍ଷା ପ୍ରଶିକ୍ଷଣ ଦ୍ୱାରା ଛାତ୍ରୀମାନେ କିପରି ନିଜକୁ ସୁରକ୍ଷିତ ରଖି ପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଦ୍ୟାଳୟର ଅଧ୍ୟାପକ ରବି ନାରାୟଣ ବିଶ୍ୱାଳ, ବିଜୟ କୁମାର ନାୟକ, ରବିନ୍ଦ୍ର ନାଥ ଜେନା, ବୃନ୍ଦାବନ ଓଝା, ପ୍ରଣୟ କୁମାର ନାୟକ, ଗୌରାଙ୍ଗ ଚରଣ ନାୟକ, ଚକ୍ରଧର ଦାସ, ନିଲମ ସ୍ୱୟଂ, ମିନତୀ ବେଉରିଆ, ମହେଶ୍ୱତା ଶର୍ମ।।, ମୁଖ୍ୟ କିରାଣି ଅନନ୍ତ ଚରଣ ବେହେରା, ସନାତନ କର, କର୍ମଚାରୀ ରଘୁନାଥ ରାଉତ, ଘନଶ୍ୟାମ ମୁଖୀ, ସତ୍ୟାନନ୍ଦ ନାୟକ, ଗଙ୍ଗାଧର ପରିଡା, ସୌଭାଗ୍ୟ ରଞ୍ଜନ ଜେନା, ରଞ୍ଜନ କୁମାର ଜେନା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସୀମା ସିମନ୍ତିନୀ ସାହୁ ଓ ବିଳାସିନୀ ସାହୁ ପ୍ରଶିକ୍ଷକ ଭାବେ ଯୋଗଦେଇ ୧୫୬ଜଣ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳର ତାଲିମ ପ୍ରଦାନ କରିଥିଲେ । ଏହି ଶିବିର ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରୋଗ୍ରାମ କୋଅର୍ଡିନେଟର ବୀରଭଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ