କେରାଣ୍ଡି ପଞ୍ଚାୟତରେ “ଶିଶୁ ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ଠାରେ ଥିବା ଗ୍ରାମଞ୍ଚାୟତ କାର୍ଯ୍ୟାଳୟରେ “ଶିଶୁ ପାଇଁ ଦିନ ଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଗୋଷାଣୀ ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରିଣୀ ଗୌରୀ ନାୟକ ମୁଖ୍ୟଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥୁଲେ । ଏହି କାର୍ଯ୍ୟକ୍ରମ “ ଶିଶୁ ପାଇଁ ଦିନଟିଏ”ରେ ବିଭିନ୍ନ ଗୁରୁତୁପୂର୍ଣ୍ଜ ବିଷୟକୁ ନେଇ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ଶିଶୁ, ବାଲ୍ୟ ବିବାହଃ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁ ଯୌନ ଶୋଷଣ ଶିଶୁଙ୍କର ବିଦ୍ୟାଳୟରେ ଅନୁପସ୍ଥିତି ବୃଦ୍ଧି, ଭ୍ରୃଣହତ୍ୟା, ଆର୍ଶିବାଦ ଯୋଜନା, କିଶୋର ଶକ୍ତିକରଣ ଯୋଜନା, ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବେ ଆଲୋଚନା କରାଯାଇ ଥିଲା । ବ୍ଲକ ଶିଶୁ ବିକାଶ ଯୋଜନା ଅଧିକାରୀ ବାଲ୍ୟ ବିବାହର ନିୟମାବଳୀ, ଜୋରିମାନା ଓ ଦଣ୍ଡବିଧେୟ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିଶୁର ବିକାଶ ଓ ଶିଶୁ ଯତ୍ନ କିପରି ହେବା ତାହା ନେଇ କାର୍ଯ୍ୟକ୍ରମଟି କରାଯାଇଥୁଲା । ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଶଶି ଗମାଙ୍ଗ, କେରାଣ୍ଡି ସରପଞ୍ଚ, ମହିଳା ସ୍ବାସ୍ଥଯକର୍ମୀ, ପୁରୁଷ ସ୍ବାସ୍ଥଯକର୍ମୀ, ଆଶା, ଅଙ୍ଗନୱାଡି କର୍ମୀ ପୁଶ୍ପାଞ୍ଚଳି ପଣ୍ଡା, ଶିକ୍ଷକ, ଗ୍ରାମ ରୋଜଗାର ସେବକ ଓ ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଚାଇଡଲାଇନ କର୍ମୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ତ୍ଵାରନ୍ବିତ କରିଥିଲେ । କାର୍ଯ୍ୟକ୍ରମରେ “ଶିଶୁ ପାଇଁ ଦିନଟିଏ” ଛାତ୍ରଛାତ୍ରୀଙ୍କୁ ସଚେତନତା କରାଇବା ସହ ପିତାମାତଙ୍କ ସମେତ ସମସ୍ତଙ୍କୁ ଶିଶୁର ଭନ୍ନତି ପାଇଁ ବାଲ୍ୟ ବିବାହ ମୂଳପୋଛ କରିବା ପାଇଁ ଜନଜାଗରଣ ସୃଷ୍ଟି କରାଇବା ନିହାତି ଆବଶ୍ୟକ ବୋଲି ପ୍ରକାଶ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ