ଜାତୀୟ ସେବା ଯୋଜନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :କ୍ଷତ୍ରିୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜାତୀୟ ସେବା ଯୋଜନା ପ୍ରଥମ ଏବଂ ଦ୍ଵିତୀୟ ବିଭାଗ ତରଫରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଅଧ୍ୟକ୍ଷତା କରି ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ସହିତ ଇତିହାସ ସମ୍ପର୍କରେ କହିଥିଲେ |ଏତଦ ବ୍ୟତୀତ ଅନୁଷ୍ଠାନର ବିଗତ ବର୍ଷର ଉତ୍କର୍ଷତା ସମ୍ପର୍କରେ ଆଲୋକ ପାତ କରିଥିଲେ |ସମ୍ମାନିତ ଅତିଥି ରୂପେ ପ୍ରାଧ୍ୟାପକ ବିବେକାନନ୍ଦ କର ଯୋଗ ଦେଇ ଜାତୀୟ ସେବା ଯୋଜନାରେ ନିଆ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ |କାର୍ଯ୍ୟକ୍ରମ ଅଧିକାରିଣୀ ସ୍ନିଗ୍ଧା ରାଣୀ ଗଉଡ଼ ସ୍ୱାଗତ ଭାଷଣ ଦେଇଥିଲାବେଳେ କାର୍ଯ୍ୟକ୍ରମ ଅଧିକାରୀ ଦିପୁ ଭୂୟାଁ ଧନ୍ୟବାଦ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ସ୍ୱରୂପ|ରାଣୀ ବିଶ୍ୱାଳ ଉପସ୍ଥିତ ଥିଲେ |