ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କୁ ଭେଟିଲେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନଙ୍କୁ ଗଜପତି ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜି.ତିରୁପତି ରାଓ ଓ ଉପାଧ୍ୟକ୍ଷ କୁନ୍ତଳା ମଲିକ ବ୍ୟକ୍ତିଗତ ଭାବେ ସାକ୍ଷାତ କରିଛନ୍ତି । ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଭୁବନେଶ୍ୱର ଠାରେ ତାଙ୍କ ସରକାରୀ କାର୍ଯ୍ୟାଳୟରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷ ସାକ୍ଷାତ କରି ଗଜପତି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବା ସହ ଗଜପତିର ବିଭିନ୍ନ ଉନ୍ନତି ନେଇ ସଚିବଙ୍କ ସହଯୋଗ ଲୋଡିଥିଲେ । ସଚିବ ଶ୍ରୀ ପାଣ୍ଡିଆନ ଏ ଦିଗରେ ସେମାନଙ୍କୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ବିଭିନ୍ନ ସରକାରୀ ଯୋଜନା ଯେପରି ଲୋକଙ୍କ ଠାରେ ପହଞ୍ଚିବ ଏ ନେଇ ଜିଲ୍ଲାପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷା କାର୍ଯ୍ୟ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ ।


