୧୦୨ କିଲୋ ଗଞ୍ଜେଇ ଜବତ : ଅଭିଯୁକ୍ତ ମାନେ ଫେରାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଆର୍.ଉଦୟଗିରି ପଟେଇଗୁଡା ଗ୍ରାମରୁ ଏସ୍.ଆଇ ଏମ୍ ଲାକ୍ରାଙ୍କ ନେତୃତ୍ବରେ ରାତ୍ରୀ ପ୍ୟାଟ୍ରୋଲିଂ ସାରି ସକାଳ ସମୟରେ ଫେରୁଥିବାବେଳେ ଜମୁସାହି ଛକ ନିକଟରୁ ଚାରି ବସ୍ତା ଗଞ୍ଜେଇ ଜବତ କରିଛି ଆର୍.ଉଦୟଗିରି ପୋଲିସ୍ । ଜବତ ହୋଇଥିବା ଗଞ୍ଜେଇର ଓଜନ ପ୍ରାୟ ୧୦୨ କିଲୋ ୫୦୦ ଗ୍ରାମ୍ ହୋଇଥିବାବେଳେ ଏଥିରେ ସଂପୃକ୍ତ ଅନୁଗୁର ଗ୍ରାମର ଦିପ୍ତି ଲିମା ଗଞ୍ଜେଇ ବସ୍ତା ଛାଡି ଅନ୍ୟ ଜଣେ ସହଯୋଗୀଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଦୌଡି ପଳାଇ ଥିବା ଆର୍. ଉଦୟଗିରି ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଅଭିଯୁକ୍ତମାନଙ୍କୁ ଗିରଫ କରି ଘଟଣାର ତଦନ୍ତ କରିବାକୁ ଏସ୍.ଆଇ ଦୁଷ୍ମନ୍ତ କୁମାର ଅମାତଙ୍କ ନେତୃତ୍ବରେ ଏକ ପୋଲିସ୍ ଦଳ ଗଠନ କରାଯାଇଥିବାବେଳେ ବିଭିନ୍ନ ଅପରାଧୀକ ଧାରା ଆଧାରରେ କେସ୍ ସଂଖ୍ୟା ୪୭/୨୦୨୨ ରୁଜୁ କରାଯାଇଥିବା ଆର୍.ଉଦୟଗିରି ଥାନାଧିକାରୀ ରବୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ