କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି
ହାଟଡିହି, (ବିକାଶ ବିଶ୍ୱାଳ) :ଆଜି ଅପରାହ୍ନରେ କାଳବୈଶାଖୀ ଆସି ହାଟଡ଼ିହି ବ୍ଲକର ସୋସୋ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟଥିବା ଜଣା ଯାଇଛି । ଖବରରୁ ଜଣା ଯାଇଛି ଯେ ଆଜି ଅପରାହ୍ନ ୫ଟା ବେଳେ ପ୍ରବଳ ବେଗରେ ପବନ ବହିବାରୁ ଅନେକ ଲୋକଙ୍କ ଚାଳ ଛପର ଉଡିଯାଇଛି।କାନପୁର ଗ୍ରାମରେ ପିଉଷା ପୁତୁରା ପୋଲ ନିକଟରେ ଲଗା ଯାଇଥିବା ଲାଇଟପୋଷ୍ଟ ଟି ଭାଙ୍ଗି ଯିବା ସହ ନିରଞ୍ଜନ ବେହେରାଙ୍କ ଘର ଉପରେ ଏକ ନଡିଆ ଗଛ ଭାଙ୍ଗି ପଡିଛି । ଖବର ପାଇ ହାଟଡ଼ିହି ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଗଛ କାଟି ଥିବା ଜଣାଯାଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଖବର ମିଳିଛି ।