ଗଞ୍ଜାମ ଜିଲ୍ଲାପାଳଙ୍କୁ ସୈାଜନ୍ୟ ମୂଳକ ସାକ୍ଷାତ କଲେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ

ଛତ୍ରପୁର, (ଦେବଦତ୍ତ ମହାରଣା) :-ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିବା ଓଡିଶାର ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ବ୍ରହ୍ମପୁର ହରିଡାଖଣ୍ଡି ଅଂଚଳରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ କରିବା ସହିତ ବିନାୟକ ମହାବିଦ୍ୟାଳୟର ଉନ୍ନତିକରଣ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ସେ ଅନୁରୋଧ କରିଥିଲେ । ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କ ମନ୍ଦିରର ବହୁ ଉନ୍ନତିକରଣ କରାଯାଇଥିବାରୁ ସେ ଖୁସି ପ୍ରକଟ କରିବା ସହ ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କୁ ଉପଢୈକନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରିଥିଲେ । ଜିଲ୍ଲାପାଳଙ୍କ ସହ ଏହି ସାକ୍ଷାତ ବେଳେ ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କ ବଡ ଝିଅ ପୂର୍ଣ୍ଣିମା ସାହୁ, ନାତୁଣୀ ପୁନମ ସାହୁ ଓ ନାତୁଣୀ ଜ୍ୱାଇଁ ସୁଧୀର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ