ବାଲିଗୁଡା :ବ୍ଲକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ) ଯୋଜନା ଭୁକ୍ତ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ବ୍ଲକ ସଂଯୋଜକଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପଦ୍ମଚରଣ ତ୍ରିପାଠୀ, ସମ୍ପାଦକ ଭାବେ ଚନ୍ଦ୍ରଭାନୁ ଭୋଇ ଉପସଭାପତି ଭାବେ ନୀଳାଞ୍ଚଳ ସାହାଣୀ ଏବଂ ଶୁଭ୍ରାଞ୍ଜଳି ଦିଗାଲ, ଯୁଗ୍ମ ସମ୍ପାଦକ ଭାବେ ମନୋଜ କୁମାର ନାୟକ, ସଂଗଠନ ସମ୍ପାଦକ ଭାବେ ଉତ୍କଳ କେଶରୀ ଦିବାର  ମନୋନୀତ ହୋଇଥିବା ବେଳେ ସନାତନ ପରିଛା, ସୁରେଶ ଚନ୍ଦ୍ର ଦାସ, ଲାବଣ୍ୟ ନାୟକ, ରାଜକିଶୋର ଦିଗାଲ,  ରବୀନ୍ଦ୍ର କୁମାର ରାଉଳ , ଶ୍ରୀମତୀ ସାଗର ଵାଳା ତ୍ରିପାଠୀ ଏବଂ ଶ୍ରୀମତୀ ଏ. ଗିରିଜା ରାଣୀଙ୍କୁ ନେଇ ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଛି l କର୍ମକର୍ତ୍ତା ଚୟନ ପରେ ଏନ ପି ଏସ କୁ ବାଦ ଦେଇ ଓ ପି.ଏସ ପୁରୁଣା ପେନସନ ଯୋଜନା ପୁନଃ ପ୍ରଚଳନ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସଙ୍ଘର ମୁଖ୍ୟ ଉଦେଶ୍ୟ ବୋଲି ସଭାପତି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ l ଯଦି ସରକାର ଆମର ଦାବି ମାନି ନ ନିଅନ୍ତି ତେବେ ଆଗାମୀ ଦିନରେ ସଂଘ ଆନ୍ଦୋଳନତ୍ମକ ପନ୍ଥା ଅବଲମ୍ବନ କରିବ ବୋଲି ସେ କହିଥିଲେ l ଏହି ବୈଠକରେ ପ୍ରାୟ ୧୩୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ଶେଷରେ ସୁରେଶ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ