ଆଶା ଚୟନରେ ଅନିୟମିତତା ଅଭିଯୋଗ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସରଳାପଶି ଗ୍ରାମର ଆଶାକର୍ମୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ପ୍ରାର୍ଥୀନୀ ଉର୍ମିଳା ଯେନା କରିଥିବା ଅଭିଯୋଗ ଅନୁଯାଇ ସରଳାପଶି ଆଶାକର୍ମୀ ଚୟନ ପାଇଁ ଗତ ୧୬/୧୨/୨୦୧୮ରେ ଚିଠିନଂ ୭୬୬ବିଗ୍ଞାପନ ପ୍ରକାଶ ପାଇଥିଲା । ସେହିଅନୁସାରେ ବିଭିନ୍ନ ଗ୍ରାମର ୪ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଥିଲେ । ପ୍ରାର୍ଥୀ ଚୟନ ବେଳେ ପ୍ରାର୍ଥୀଙ୍କର ଯୋଗ୍ୟତା ଅନୁଯାଇ ଚୟନ କରାଯାଇଥିଲା । ପ୍ରଥମ ସ୍ଥାନରେ ରେଣୁକା ପାତ୍ର, ଦ୍ୱିତୀୟରେ ଉର୍ମିଳା ଯେନା, ତୃତୀୟରେ ଝରଣା ନାଇକ ମେଧା ତାଲିକାରେ ରହିଥିଲେ । ରେଣୁକା କାର୍ଯ୍ୟ କାର୍ଯ୍ୟ କରିବେନାହିଁ ଇସ୍ଥଫା ଦେବାପରେ ଉର୍ମିଳାଙ୍କ ନାମ ରହିବାକଥା । କିନ୍ତୁ ଏବେ ଚଞ୍ଚକତା କରି ବର୍ତ୍ତମାନ ତୃତୀୟ ସ୍ଥାନରେ ଥିବା ଝରଣା ନାଇକଙ୍କୁ ନିଯୁକ୍ତି ଦେବାକୁ ଯାଉଛନ୍ତି । ଯାହାକି ସମ୍ପୁର୍ଣ୍ଣ ବେଆଇନ ବୋଲି ଉର୍ମିଳା ଅଭିଯୋଗ କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଏନ.ଏଚ.ଏମର ଜିଲ୍ଲା ସଂଯୋଜକ, ଜିଲ୍ଲା ଆଶା ପରିଚାଳକ, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାପାଇଁ ନିବେଦନ କରିଛନ୍ତି ।


