ଜିଲ୍ଲା ବିଜେପିର ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା) :-ସମ୍ବିଧାନ ପ୍ରଣୟନ କମିଟିର ମୁଖ୍ୟ, ମହାନ ରାଜନେତା, ଯୁଗଜନ୍ମା, ଭାରତରତ୍ନ ବାବା ସାହେବ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଆଜି ଜିଲ୍ଲା ବିଜେପି ତରଫରୁ ଖୁବ୍ ହର୍ଷୋ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏସସି ମୋର୍ଚ୍ଚାର ପୁର୍ବତନ ରାଜ୍ୟ ସଭାପତି ଗୋବିନ୍ଦ ଚନ୍ଦ୍ର ଦାସ ଓ ଏସସି ମୋର୍ଚ୍ଚାର ଜିଲ୍ଲା ସଭାପତି ମୃତ୍ୟୁଞ୍ଜୟ ଜେନାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ସୋପାନରେ ରେମୁଣା ଗୋଲେଇ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦାନ କର ବାବା ସାହେବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିବା ସହିତ ତାଙ୍କ ସ୍ମୃତି ଚାରଣ ଓ ରାଷ୍ଟ୍ର ପାଇଁ ବାବା ସାହେବଙ୍କ ଅବଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରାଯାଇଥିଲା। ସାଂସଦ ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ସ୍ବାଧୀନତା ପରବର୍ତ୍ତୀ ଦୀର୍ଘ ସମୟ ଧରି କଂଗ୍ରେସର ଶାସନ କାଳରେ ଦେଶର ମହାପୁରୁଷଙ୍କୁ ଉଚିତ୍ ସମ୍ମାନ ମିଳି ନଥିଲା। ୨୦୧୪ ପରଠାରୁ ମୋଦୀଜୀଙ୍କ ନେତୃତ୍ୱରେ ଗଠିତ ସରକାର ଭାରତ ମାତାଙ୍କ ସୁପୁତ୍ର ମାନଙ୍କୁ ପ୍ରାପ୍ୟ ସମ୍ମାନ ଦେଇଆସୁଛନ୍ତି। ଏହାପରେ ପୁର୍ବତନ ବିଧାୟକ ବିଜେପିର ବରିଷ୍ଠ ନେତା ଜୀବନ ପ୍ରଦୀପ ଦାସଙ୍କ ଦ୍ଵାରା ଆୟୋଜିତ ଏକ ଜଳଛତ୍ରକୁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉଦଘାଟନ କରିଥିଲେ। ଉଭୟ ସାଂସଦ ଓ ଜିଲ୍ଲା ସଭାପତି ତାଙ୍କ ବାର୍ତ୍ତାରେ ଜିଲ୍ଲା ତଥା ସଂସଦୀୟ କ୍ଷେତ୍ରର ଜନ ସାଧାରଣଙ୍କୁ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସମସ୍ତଙ୍କର ମଙ୍ଗଳ କାମନା କରି ଜଗତ ନିୟନ୍ତାଙ୍କ ଠାରେ ପ୍ରାର୍ଥନା କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଜିଲ୍ଲା ଉପସଭାପତି କମଳା ବିନ୍ଧାଣି, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଜିଲ୍ଲା ସମ୍ପାଦକ ମହୁଆ ପ୍ରଧାନ, ଏସଟି ମୋର୍ଚ୍ଚାର ଜିଲ୍ଲା ସଭାପତି ବିପିନ ମାରାଣ୍ଡି, କାଉନସିଲର ଶିବଶଙ୍କର ରାୟ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ନଗର ନେତ୍ରୀ ସୁସ୍ମିତା ପଣ୍ଡା, କାଉନସିଲର ଭାରତୀ ପାତ୍ର, କାଉନସିଲର ଗୌରୀ ଦାସ, ଯୁବମୋର୍ଚ୍ଚା ଉପସଭାପତି ସୁବୋଧ ଚନ୍ଦ୍ର ପଣ୍ଡା, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ନାରାୟଣ ମହନ୍ତ, ଶୋଭାକର ସାହୁ, ମଣ୍ଟୁ ପେରିଓ୍ବାଲ, ବିଜୟ ସାହୁ, ରାଣା ସିନ୍ହା, ବାବୁ ଭାଇ ଓ ନନ୍ଦ ବାବୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଓ ସ୍ଥାନୀୟ ଲୋକଙ୍କୁ ମିଷ୍ଟାନ୍ନ ଓ ଦହି ପଣା ବଣ୍ଟନ କରାଯାଇଥିଲା:- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ I


