ସାହି ବାସିନ୍ଦା ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କଲେ ନବନିର୍ବାଚିତ କାଉନସିଲର
ଛତ୍ରପୁର, (ଦେବଦତ୍ତ ମହାରଣା) : ଏନଏସିର ୯ ନଂ ୱାର୍ଡ ଅଧିନରେ ଥିବା ନୂଆ ସାହି ଠାରେ କାଉନସିଲର ପ୍ରିତିଛନ୍ଦା ସାମଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହିର ବହୁ ମହିଳା ଓ ପୁରୁଷ ମାନେ ଉପସ୍ଥିତ ରହି ସେମାନଙ୍କ ଆବଶ୍ୟକୀୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପର୍ଯ୍ୟାୟ କ୍ରମେ ସାହି ବାସିନ୍ଦାଙ୍କ ସମସ୍ତ ଅସୁବିଧା ଗୁଡିକ ସମାଧାନ କରିବା ନିମନ୍ତେ ଚେଷ୍ଟା ଜାରି ରହିବ ବୋଲି କାଉନସିଲର ଶ୍ରୀମତି ସାମଲ ସମସ୍ତଙ୍କୁ ପ୍ରତିଶୃତି ଦେବା ସହ ସାହିର ଉନ୍ନତି ନିମନ୍ତେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯିବ ବୋଲି ମଧ୍ୟ ସେ କହିଥିଲେ । ଏହି ଅବସରରେ ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ବି. ରାଜୁବାବୁ, ଯୁବନେତା ସରୋଜ କୁମାର ସାମଲଙ୍କ ସମେତ ବହୁ ସାହି ବାସିନ୍ଦା ମାନେ ଉପସ୍ଥିତ ଥିଲେ ।


