କୋଲବ୍ଲକ ଆବଟଂନରେ ସିବିଆଇ ଦ୍ୱାରା ଜେରା ହୋଇଛନ୍ତି କି ନାହିଁ ନବୀନ ବାବୁ ଜବାବ ଦିଅନ୍ତୁ- ଧର୍ମେନ୍ଦ୍ର ପ୍ରଧାନ
ନୟାଗଡ : ନବୀନ ବାବୁ ୩୬ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଯୋଡିଲେ ବୋଲି ଦାବୀ କରୁଥିବା ବେଳେ ତାଲିକା କାହିଁକି ସାର୍ବଜନୀନ କରୁନାହାଁନ୍ତି ? ବିଜେଡି ଚିଟଫଣ୍ଡର ସର୍ଦ୍ଦାର ମାନଙ୍କ ଦଳ । ଚିଟଫଣ୍ଡ କେଳେଙ୍କାରୀରେ ଗରିବ ଓଡିଆ ଲୋକମାନଙ୍କର ରକ୍ତ ଶୋଷିଥିବା ମୁଖିଆମାନେ ହେଲେ ବିଜୁ ଜନତା ଦଳର ନେତା ତୃତୀୟ ମହଲାର ତାମିଲ କିରାଣୀଙ୍କର ବଚସ୍କରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ରଖାଯାଇଥିବା ବେଳେ ତାଙ୍କର ଭୂମିକା ସନ୍ଦେହଜନକ ୨୦୧୭ ନଭେମ୍ବର ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କୁ ସିବିଆଇ ଜେରା କରିଛି ବୋଲି କୋର୍ଟ ମାମଲାରୁ ଜାଣିବାକୁ ମିଳିଛି । ନବୀନ ବାବୁ ସତରେ ଯଦି ସ୍ୱଚ୍ଛ ତାଙ୍କୁ ସିବିଆଇ ଜେରା କରିଛି କି ନାହିଁ ତାହାର ଉତର ସେ ସାଢେ ୪ କୋଟି ଓଡିଆଙ୍କ ଆଗରେ ନିଜେ ରଖନ୍ତୁ ବୋଲି ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି କାଳିଆ ଯୋଜନାରେ ହିତାଧିକାରୀଙ୍କ ତାଲିକା କିମ୍ବା ବଜେଟ୍ ବ୍ୟବସ୍ଥା ନଥିବା କଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ପ୍ରତିନିଧି ମଣ୍ଡଳି ଆଗରେ ସ୍ୱୀକାର କରିଥିବା କଥା କହିଛନ୍ତି । ଏତଦବ୍ୟତିତ ଛବି ବର୍ଦ୍ଧନ ହତ୍ୟାକାରୀକୁ ନୟାଗଡ ଜେଲକୁ ପଠାଇବା ସହ ମହିଷାସୁରକୁ ବଧ କରିବା ପାଇଁ ଦୁଇ ଦୁର୍ଗା ଆସୁଛନ୍ତି ବୋଲି କହିଛନ୍ତି । ନୟାଗଡରେ ବିଜୟ ସଙ୍କଳ୍ପ ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ ନବୀନ ବାବୁ କୋଇଲା ବିଭାଗର ମନ୍ତ୍ରୀ ଥିଲାବେଳେ ଗୋଟିଏ ଭୂତ କମ୍ପାନୀକୁ କୋଇଲା ଖଣି ଆବଂଟନ କରିଛନ୍ତି । କୋଇଲା ଖଣି ପାଇବାର ବର୍ଷକ ପରେ ଏହି କମ୍ପାନୀ ପଞ୍ଜୀକରଣ ହେଲା । ୨୦୧୪ ମାର୍ଚ୍ଚ ମାସରେ ଏହା ଉପରେ ସିବିଆଇ କେସ୍ ଦାୟର କରିଥିବା ଗଣମାଧ୍ୟମ ପ୍ରକାଶ କରିଛି । କହିଛନ୍ତି ଯେ ନବୀନ ବାବୁ କୋଇଲା ଖଣି ମିଛ କମ୍ପାନୀକୁ ଦେଇଥିବା ଉପରେ ମଧ୍ୟ ବକ୍ତବ୍ୟ ରଖିବା ଦରକାର । ଓଡିଆ ଲୋକଙ୍କ ମନରେ ଏହି ଆଶଙ୍କା ଆସିଥିବା ବେଳେ ନବୀନ ବାବୁ ନିର୍ବାଚନ ସତ୍ୟପାଠରେ ଏକଥା ଉଲ୍ଲେଖ କରିନାହାନ୍ତି । ଏହାର ଉତର ନବୀନ ବାବୁଙ୍କୁ ଦେବା ପାଇଁ ପଡିବ ବୋଲି ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲାର ତାମିଲ କିରାଣୀଙ୍କର ବଚସ୍କରଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ରଖାଯାଇଥିବା ବେଳେ ତାଙ୍କର ଭୂମିକା ସନ୍ଦେହଜନକ । ଗତକାଲି ଗଣମାଧ୍ୟମକୁ ସେ କାଳିଆ ଯୋଜନାକୁ ସ୍ଥଗିତ କରିଥିବା କହିଲେ । ମାତ୍ର ଏହାର କାରଣ ସେ ଗଣମାଧ୍ୟମ ଆଗରେ ଦର୍ଶାଇନଥିଲେ । ନିର୍ବାଚନ ଆୟୋଗ ବିଜେପି କଥାରେ କାଳିଆ ଯୋଜନାକୁ ବନ୍ଦ କରିବା କଥା ବିଜେଡି ଅଭିଯୋଗ କଲା । ଏ ନେଇ ବିଜେପି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯିବା ପରେ ନିର୍ବାଚନ ଆୟୋଗଙ୍କ ଏ ନେଇ ପ୍ରତିନିଧି ମଣ୍ଡଳି ଆଗରେ ତାଙ୍କର ବକ୍ତବ୍ୟ ରଖି କହିଛନ୍ତି ଯେ କାଳିଆ ଯୋଜନାରେ ବଜେଟରେ ଟଙ୍କା ଏବଂ ଲାଭାର୍ଥୀ ମାନଙ୍କର ତଥ୍ୟ ଓଡିଶା ସରକାର ଦେଇନାହାନ୍ତି । କାଳିଆ ଯୋଜନାରେ ବଜେଟ୍ କି ତାଲିକା ନାହିଁ । କାଳିଆ ଯୋଜନା କେବଳ ଭାଷଣ, ପ୍ରତିଶ୍ରୁତି ଓ ବାହାପିଆମି । ନବୀନ ବାବୁ ଥିଲା ପର୍ଯ୍ୟନ୍ତ କାଳିଆ ଯୋଜନାକୁ ବନ୍ଦ କରିପାରିବେ ନାହିଁ ବୋଲି କହିଲେ । ଯୋଜନାରେ ଚାଷୀଙ୍କୁ ପ୍ରତ୍ୟକ୍ଷ ଭାବେ ଟଙ୍କା ଦେବାକୁ କହିଲେ । କିନ୍ତୁ ବିକ୍ରମ ଆରୁଖଙ୍କ ଭାଇ, ସୁଶାନ୍ତ ସିଂହଙ୍କ ଭାଇ ଓ ନିରଞ୍ଜନ ପୂଜାରୀଙ୍କ ବାପା ଏହି ଯୋଜନାର ହିତାଧିକାରୀ ଥିବା ଦେଖାଯାଇଛି । ସେ କହିଛନ୍ତି ଯେ ଯେଉଁ ନେତାମାନେ ଟିମଓାର୍କ,ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି (ଥ୍ରୀଟି)ରେ ଶାସନ ଚଲଉଥିବା କହୁଛନ୍ତି, ସେମାନେ କାଳିଆ ଯୋଜନାର ତାଲିକା ପ୍ରକାଶ କରୁନାହାଁନ୍ତି । ନବୀନ ବାବୁ ୩୬ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଯୋଡିଲେ ବୋଲି ଦାବୀ କରୁଥିବା ବେଳେ ତାଲିକା କାହିଁକି ସାର୍ବଜନୀନ କରନାହାନ୍ତି ବୋଲି ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଗତ ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡକୁ ଆସି ଓଡିଶାରେ ମହିଳାଙ୍କୁ ସଶକ୍ତକରଣ କରିଥିବା କହିଲେ । ମାତ୍ର ନୟାଗଡର ରାଣୀ ପ୍ରତ୍ୟୁଷା ଦେବୀଙ୍କ ସ୍ୱାମୀ କୁମାର ହେମେନ୍ଦ୍ର ଚନ୍ଦ୍ର ସିଂଙ୍କ ପ୍ରତିମୂର୍ତିକୁ ଅନାବରଣ ନକରିବା କଣ ନାରୀ ସଶକ୍ତକରଣ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଭାରତବର୍ଷରେ ମହିଳା ଉତ୍ପୀଡନରେ ଓଡିଶା ୧ ନମ୍ବରରେ ରହିଛି । ବିଜେଡିର ଶାସନରେ ଛବି ବର୍ଦ୍ଧନକୁ ନ୍ୟାୟ ମିଳିଲା ନାହିଁ । ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଲେ ଛବି ବର୍ଦ୍ଦନର ହତ୍ୟାକାରୀଙ୍କୁ ନୟାଗଡ ଜେଲ ପଠାଯିବ ।


