ଶାନ୍ତି କମିଟି ଗଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଧନସାରା ଓ ଖାରଡା ଗ୍ରାମରେ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି । ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏହି ଶାନ୍ତି କମିଟି ଗଠନ କରାଯାଇଥିବାର ସୂଚନା ଦିଆଯାଇଛି । ଅନୁଷ୍ଠିତ ବୈଠକରେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଉପଜିଲ୍ଲାପାଳ ଦିଲ୍ଲିପ କୁମାର ମହାରଣା, ଏସ୍ଡିପିଓ ରାମକୃଷ୍ଣ ପତି, କାଶୀନଗର ତହସିଲଦାର ସିମାଞ୍ଚଳ ମହାନ୍ତି, କାଶୀନଗର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରମୁଖଙ୍କ ସମେତ ଉଲ୍ଲେଖିତ ଦୁଇ ଗ୍ରାମର ମୁଖ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଆଲୋଚନାରେ ଭାଗନେଇଥିଲେ ।