ରୋଟାରୀ କ୍ଲବ ପକ୍ଷରୁ ଜଳଛତ୍ର ଉଦଘାଟିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ କୁମ୍ଭାରିଆ ହନୁମାନ ଛକ ଠାରେ ରୋଟାରୀ କ୍ଲବ ପକ୍ଷରୁ ଆଜି ଜଳଛତ୍ର ଶିବିର ଉଦଘାଟିତ ହୋଇଯାଇଛି । ଭଦ୍ରକ ରୋଟାରିଆନ ତଥା କ୍ଲବର ଉପଦେଷ୍ଟା ଇଞ୍ଜିନିୟର ଅମ୍ବିକା ବଲ୍ଲଭ ସ୍ଵାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ରେ ସଭାପତି ସଞ୍ଜୀବ କୁମାର ପରିଡ଼ା ଉପସ୍ଥିତ ରହି ପଥଚାରୀ ମାନଙ୍କୁ ଥଣ୍ଡାପାନୀୟ ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଲଳିତ କୁମାର ରାଉତ, କୋଷାଧ୍ୟକ୍ଷ ରାମଚନ୍ଦ୍ର ନାୟକ,ପ୍ରତିଷ୍ଠାତା ସଦସ୍ୟ ପ୍ରଦୀପ ପରିଡ଼ା,ଅଜୟ କୁମାର ମିଶ୍ର, ଅଭିମନ୍ୟୁ ଜେନା,ମିଲନ ଜେନା, ଦୁର୍ଯୋଧନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।


