ମୋହନା ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ପଞ୍ଚାୟତକୁ ନେଇ ବ୍ଲକସ୍ତରୀୟ ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ଦୁର୍ଗମ ପଞ୍ଚାୟତ ତଥା ଅଞ୍ଚଳରୁ ଏହି ମେଳାକୁ ଆସିଥିଲେ ହଜାରରୁ ଉର୍ଦ୍ଧ ସଂଖ୍ୟକ ଲୋକେ । ମୋହନା ସ୍ଥିତ ହିଲଟପ ମହାବିଦ୍ୟାଳୟ  ଠାରେ ଅନୁଷ୍ଠିତ ସ୍ବାସ୍ଥ୍ୟମେଳାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗଜପତି ସ୍ବାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ସଂଗୀତ ଗାନ କାର୍ଯ୍ୟକ୍ରମ ପରେ ମୁଖ୍ୟଅତିଥି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଜପତି ଜିଲ୍ଲାପରିଷଦ ଉପାକ୍ଷା କୁନ୍ତଳା ମଲ୍ଲିକ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ମୋହନା ଗୋଷ୍ଠି ଉନ୍ନୟନ ଅଧିକାରୀ ତପସ୍ପିନୀ ହଂସଦାଙ୍କ ଅଧ୍ୟକ୍ଷତାରେ ହୋଇଥିବାବେଳେ  ମୋହନା ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନମିତା ପଣ୍ଡା, ବ୍ଲକ ଅଧ୍ୟକ୍ଷ ରଞ୍ଜବ ଶବର, ଜିଲ୍ଲାପରିଷଦ ସଭ୍ୟା ଚନ୍ଦ୍ର ମଲ୍ଲିକ, ଜିଲ୍ଲାପରିଷଦ ସଭ୍ୟ ସୁନିଲ ବିଷୋଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏହା ସହ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ । ଆୟୋଜିତ ସ୍ୱାସ୍ଥ୍ୟ ମେଳା ସମ୍ପର୍କରେ ମଞ୍ଚାସୀନ ଅତିଥିମାନେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଏହି ମେଳାରେ ସମସ୍ତ ପ୍ରକାର ରୋଗୀମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ, ଔଷଧ ବଣ୍ଟନ, ବିଭିନ୍ନ ପରୀକ୍ଷଣ ଯଥା ଇସିଜି, ରକ୍ତ ପରୀକ୍ଷା ଆଦି କରାଯାଇଥିଲା । ଏହି ମେଳାରେ ବିଭିନ୍ନ ବିଶେଜ୍ଞ ଡାକ୍ତରଙ୍କ ସମେତ ପ୍ରାୟ ୧୦ରୁ ଉର୍ଦ୍ଧ ଡାକ୍ତର ଡାକ୍ତରାଣୀ ବିଶେଷଜ୍ଞମାନେ ଯୋଗଦେଇ ସୁଚାରୁ ରୂପେ ଚିକିତ୍ସା କରିଥିଲେ । ଏହି କାର୍ଯ୍ୟକ୍ରମ ଲାଗି  ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧୀୟ ଷ୍ଟଲମାନ ଖୋଲାଯାଇ ସଚେତନତା କରାଯାଇଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ