ଚଡକ ଯାତ୍ରା ଉଦଯାପିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ବୈତରଣୀ ତଟ ସୁନାମୁହିଁ ପୀଠ ଠାରେ ଚଡକ ଯାତ୍ରା ଉଦଯାପିତ ହୋଇଯାଇଛି । ଗତ ଗୁରୁବାର ମହା ବିଷୁବ ସଂକ୍ରାନ୍ତି ଦିନ ମା ସୁନାମୁହିଁଙ୍କ ପ୍ରସିଦ୍ଧ ଚଡକ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏଥିରେ ହଜାର ହଜାର ଲୋକ ଯୋଗଦେଇଥିଲେ। ବୈଦିକି ବିଧି ଅନୁଯାୟୀ ମା ଙ୍କ ନିଶାର୍ଦ୍ଧ ପୂଜା ପରେ ଘଣ୍ଟ ପାଟୁଆ ନାଚ, ପୀଠରେ ବାର୍ଷିକ ମାନସିକ ଧାରୀ ଅଧିଆ ପଡିବା ଓ ସୁନାମୁହିଁ ଙ୍କ ପାଇଁ ଗଞ୍ଜା ଉଡାଇବା ଘଟଣା ଅତି ଚିତାକର୍ଷକ ଥିଲା। ସକାଳ ଓ ସନ୍ଧ୍ୟାରେ ସ୍ଥାନୀୟ ନେରଡ଼ା ସମେତ ଯଶୋଟିକିରି, ତେସିଙ୍ଗା, ଝୁଟୁଣା, ବନ୍ଦାଳୋ, ରାଜେନ୍ଦ୍ରପୁର, ମଞ୍ଜୁରୀରୋଡ଼, ଜଗନ୍ନାଥପ୍ରସାଦ, ବାଲିପୋଖରୀ ପ୍ରମୁଖ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ମା ସୁନାମୁହିଁଙ୍କ ପୀଠରେ ସମାଗମ ହୋଇ ପୂଜାର୍ଚ୍ଚନା କରିଥାନ୍ତି । ଏହାଛଡା ବ୍ଲକର ବିଭିନ୍ନ ପ୍ରାନ୍ତରରୁ ଭକ୍ତଙ୍କ ଆଗମନ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଭଣ୍ଡାରିପୋଖରୀ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା । ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅପେରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋର ସମୟରେ ଚଡକ ଯାତ୍ରା ସହିତ ଉତ୍ସବ ଉଦଯାପିତ ହୋଇଥିବା ଜଣାଯାଇଛି। କାର୍ଯ୍ୟକ୍ରମକୁ ପୂଜା କମିଟିର ସମସ୍ତ ସଦସ୍ୟ ସଦସ୍ୟାଙ୍କ ସମେତ ନେରଡ଼ା ଗ୍ରାମବାସୀ ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ