ଆଧ୍ୟାତ୍ମିକ ଗୁରୁଙ୍କ ୮୬ତମ ଅବତରଣ ଦିବସ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଦ୍ରକ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ବାଇପାସ ସ୍ଥିତ ଗୀତା ଭବନ ଠାରେ ସନ୍ଥ ଶିରୋମଣୀ ଆଶାରାମ ଜୀ ବାପୁଙ୍କ ୮୬ତମ ଅବତରଣ ଦିବସ ପାଳିତ ହୋଇଯାଇଛି। ସମିତି ସଭାପତି ଶିକ୍ଷାବିତ ଦୈତାରୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ପ୍ରାତଃରୁ ଆରତୀ ଓ ପ୍ରଦୀପ ପ୍ରଜ୍ବଳନ ଅନୁଷ୍ଠିତ ହୋଇଥିଲା। ପରେ ପରେ ଗୀତା ଭବନ ଠାରେ ଅନେକ ଶ୍ରଦ୍ଧାଳୁ ପହଞ୍ଚି ଆଶା ରାମାୟଣ ପାଠ ସହିତ ସତସଙ୍ଗ ଓ ଭଜନ କୀର୍ତ୍ତନରେ ଭାଗ ନେଇଥିଲେ। ଏହି ଅବସରରେ ସାମୂହିକ ସେବା ଭାବରେ ସମ୍ପାଦକ ଜିତେନ୍ଦ୍ର ନାୟକଙ୍କ ସଂଯୋଜନାରେ ଥଣ୍ଡା ପାନୀୟ ସହିତ ସର୍ବତ ସେବା ଅନୁଷ୍ଠିତ ହୋଇଥିଲା। ଏହାସହିତ ଅନୁଗାମୀ ମାନେ ସଦଗୁରୁଙ୍କ ଦୀର୍ଘ ସୁସ୍ଥ ନିରାମୟ ପାଇଁ ୧୦୮ପ୍ରଦୀପ ପ୍ରଜ୍ବଳନ କରିଥିଲେ। କାର୍ଯ୍ୟକ୍ରମରେ ପ୍ରବୀର କୁମାର ନାୟକ, ଦେବ ନାରାୟଣ ଗୋଛାୟତ, ବେଣୁଧର ମହାପାତ୍ର, କାଳୀପଦ ଦାସ, ଉମାକାନ୍ତ ମହାଳିକ, ଜ୍ୟୋତିରଞ୍ଜନ ଘଡେଇ, ମୁରଲୀଧର ଦାସ, ନୃସିଂହ ବାରିକ, ମନୋରଞ୍ଜନ ନାୟକଙ୍କ ସମେତ ଅନେକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଭାଗ ନେଇଥିଲେ।ଉତ୍ସବକୁ ଅଶୋକ ମିଶ୍ର, ପବନ କୁମାର ନାୟକ, ଦୁର୍ଯ୍ୟୋଧନ ଲେଙ୍କା, ହରମୋହନ ମହାପାତ୍ର, ଶୁଶାନ୍ତ ନାୟକ, ଅମରିସ ମହାନ୍ତି, ଚନ୍ଦନ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ