ପଞ୍ଚମ ଶ୍ରେଣୀ ମେଧାବୃତ୍ତି ଫଳ ପ୍ରକାଶିତ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପଞ୍ଚମ ଶ୍ରେଣୀ ମେଧାବୃତ୍ତି ଫଳ ପ୍ରକାଶ ପାଇଛି । ଏଥିରେ ହାଟଡିହି ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ପ୍ରୀୟବ୍ରତ ପଣ୍ଡା ୮୭ମାର୍କ ରଖି ପ୍ରଥମସ୍ଥାନ ହାସଲ କରିଥିବାବେଳେ ନୁଆଗାଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ପ୍ରଣତି ପ୍ରତ୍ୟାଶା ସୁତାର ୮୫ମାର୍କ ରଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ସେହିପରି ସୋସୋ ନୋଡାଲ ସ୍କୁଲର ଦିପ୍ତୀମୟୀ ସିଂ, ନିଉଦାନୀ ପ୍ରାଥମିକ ବିଦ୍ୟାଳୟର ପ୍ରିତିରାଜ ରାଉତ, ନାହା ପ୍ରାଥମିକ ବିଦ୍ୟାଳୟର ସାଇସୃତି ରାଉତ, ମତାବାଜ ସରସ୍ୱତୀ ଶିଶୁମନ୍ଦିରର ଆଦ୍ୟାଶା ଶଙ୍ଖୁଆ, ନିଉଦାନି ପ୍ରାଥମିକ ବିଦ୍ୟାଳୟର ଉତ୍କଳ ସାହୁ ପ୍ରମୁଖ ଏଥିରେ ଉତ୍ତିର୍ଣ୍ଣ ହୋଇଥବବା ବିଇଓଙ୍କ କାର୍ଯ୍ୟାଳୟରୁ ଜଣାଯାିଛି ।


