ନସିରିପୁର ଗାଁରେ ଲକ୍ଷ୍ମୀନାରାୟଣ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ନସିରିପୁର ଗାଁରେ ଲକ୍ଷ୍ମୀନାରାୟଣ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି । ୩ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଷ୍ଠା ଉତ୍ସବ ପାଇଁ ଗତକାଲି ଅକୁରାରୋପଣ କରାଯିବା ସହିତ ଶୁଭାଦିବାସ କରାଯାଇ ଅପରାହ୍ନରେ ବୈତରଣୀ ନଦୀରୁ ୨୫୬କଳଶ ଶୋଭାଯାତ୍ରା ଅଣାଯାଇ ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଆଜି ଶାଲାପୂଜା, ସୂର୍ଯ୍ୟପୂଜା କରାଯିବାପରେ ରତ୍ନମୁଦ ପ୍ରତିଷ୍ଠା କରାଯିବାପରେ ସନ୍ଧ୍ୟାରେ ପ୍ରାଣପତିଷ୍ଠା, ବିଗ୍ରହ ପ୍ରତିଷ୍ଠା କରାଯିବାପରେ ଆସନ୍ତାକାଲି ରତ୍ନସିଂହାସନ ବିଜେ କରିବାପରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି । ପଣ୍ଡିତ ପତିତପାବନ ନନ୍ଦଙ୍କ ନେତୃତ୍ୱରେ ପଣ୍ଡିତ ଶମ୍ବୁନାଥ ମିଶ୍ର, ରାମଚନ୍ଦ୍ର ଦାଶ, ଜଗନ୍ନାଥ ଦାଶ, ଋତୁରାଜ ଦାଶ, ସୁରେନ୍ଦ୍ର ଦାଶ ପ୍ରମୁଖଙ୍କ ବେଦମନ୍ତ୍ରରେ ଏହି ପୂଜାକାର୍ଯ୍ୟ ଚାଲୁଥିବାବେଳେ ଷଡଙ୍ଗ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ ଓ ତାଙ୍କ ଧର୍ମପତ୍ନୀ ଅନୀମା ଖଣ୍ଡେଇ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଛନ୍ତି । ନସିରିପୁର ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରୁଥିବାବେଳେ ଷଡଙ୍ଗ, ଅଢ଼େଇଦ୍ୱାର, ମତାବାଜ, ସରମଙ୍ଗା ପ୍ରଭୃତି ଗ୍ରାମର ହଜାର ହଜାର ଶ୍ରଦ୍ଧାଳୁ ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଏହି ମନ୍ଦିରଟି ଦୀର୍ଘବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଅଧାପନ୍ତରିଆ ଭାବେ ପଡି ରହିଥିଲା । ବର୍ତ୍ତମାନ ଗାଁର କିଛି ଉତ୍ସାହୀ ବ୍ୟକ୍ତିଙ୍କ ଉଦ୍ୟମରେ ଓ ଗାଁ ଲୋକଙ୍କ ସହଯୋଗରେ ମନ୍ଦିରର କାର୍ଯ୍ୟ ପୁର୍ଣ୍ଣାଙ୍ଗ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ