ବନ୍ତ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ବିକ୍ଷୋଭ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ସିପିଆଇ ଜୋନ୍ କମିଟି ପକ୍ଷରୁ ବନ୍ତ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଟାଟା କମ୍ପାନୀ ଉପଭୋକ୍ତାଙ୍କ ଠାରୁ ଜୋରଜବରଦସ୍ତ ବିଦ୍ୟୁତ୍ ବିଲ ଆଦାୟ କରିବା, ବିନା ନୋଟିସରେ ବିଦ୍ୟୁତ୍ ସଂଯୋଗ କାଟିବା, ତୃଟିପୂର୍ଣ୍ଣ ବିଲ୍ ଲଗାଇ ସାଧାରଣଲୋକଙ୍କୁ ଶୋଷଣ କରିବା, ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଜୁଲମର ପ୍ରତିବାଦ ସହିତ ରାଜ୍ୟ ସରକାର ପ୍ରତି ପରିବାରକୁ ମାଗଣାରେ ମାସକୁ ୨ ଶହ ୟୁନିଟ୍ ବିଦ୍ୟୁତ୍ ଯୋଗାଣ ଆଦି ଦାବୀ ନେଇ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଥାନା ଛକସ୍ଥିତ ସିପିଆଇ କାର୍ଯ୍ୟାଳୟ ଠାରୁ ସାଥୀସମର୍ଥକ ମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ । ବରିଷ୍ଠ ନେତା ଗୋପବନ୍ଧୁ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଜୋନ୍ ସମ୍ପାଦକ ରମେଶ ଜେନା, କୃଷକ ନେତା ଫକୀର ଚରଣ ବିଶ୍ୱାଳ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଟିଲୋ ସରପଞ୍ଚ ସଂଗ୍ରାମ କେଶରୀ ଜେନା, ଅରବିନ୍ଦ ବିଶ୍ୱାଳ, ରମାକାନ୍ତ ସାହୁ, ଦିଲୀପ ନାୟକ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଗଣବିକ୍ଷୋଭ ଓ ଶୋଭାଯାତ୍ରାକୁ ସଫଳ କରିବାରେ ପର୍ଶୁରାମ ସ୍ୱାଇଁ, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ଜେନା, କିଶୋର ବେହେରା, ଦୁଲ୍ଲା ଖାଁ, ଜୟନ୍ତ ଜେନା, ନିରଞ୍ଜନ ନାୟକ, ରବିନ୍ଦ୍ର ସେଠୀ, କୃଷ୍ଣ ଚନ୍ଦ୍ର ଜେନା, ଜଳଧର ନାୟକ, ଉମାକାନ୍ତ ମହାପାତ୍ର, କୈଳାସ ଜେନା, ପଞ୍ଚାନନ ସେଠୀ, ରବିନ୍ଦ୍ର ତରେଇ, ସଞ୍ଜୟ ସାମଲ, ସୀତାରାମ ସେଠୀ, ଅହଲ୍ୟା ମହାକୁଡ, ବିଷ୍ଣୁ ଚରଣ ଜେନା, ଅନନ୍ତ ମହାରଣା, ନାରାୟଣ ଜେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନିଷ୍ଠ ପରିଚାଳକଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ