ଶାନ୍ତି କମିଟି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଅଲଡା ପଞ୍ଚାୟତର ଲେନ୍ତାଗୁଡା ଓ ମାଞ୍ଚିଲିଗୁଡା ଗ୍ରାମବାସୀଙ୍କ ମଧ୍ୟରେ ଦୁରୁଗୁଡାରେ କାଜୁ ତୋଟାର କାଜୁ ତୋଳାକୁ ନେଇ ଉପୁଜିଥିବା ଆଦିବାସୀ ଓ ଅଣ ।ଦିବାସୀ ବିବାଦ ଉଗ୍ରରୂପ ନେଇ ଗଣ୍ଡୋଗଳ ଘଟିଛି । ଉକ୍ତ ଗ୍ରାମବାସୀଙ୍କୁ ଗଣ୍ଡୋଗଳରୁ ନିବୃତ ରହିବା ପାଇଁ କାଶୀନଗର ଥାନା ପରିସରରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଦିଲିପ କୁମାର ମହାରାଣାଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ଗଠନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା । ପାରଳାଖେମୁଣ୍ଡି ଏସ୍‌ଡିପିଓ ରାମକୃଷ୍ଣ ପତି, ତହସିଲଦାର ସିମାଞ୍ଚଳର ମହାନ୍ତି, ବିଡିଓ ଲକ୍ଷ୍ମୀ ପ୍ରସାଦ ସାହୁ, ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ଗ୍ରାମବାସୀଙ୍କୁ ବୁଝା ସୁଝା କରି ଗ୍ରାମର ୫ ଜଣ ବ୍ୟକ୍ତିଙ୍କୁ ନେଇ ଶାନ୍ତି କମିଟି ଗଠନ କରିଛନ୍ତି । ଆଗାମୀ ଦିନରେ ଅହି କମିଟି ଥାନା ଓ ତହସିଲଦାରଙ୍କ ଉପସ୍ଥିତିରେ କାଜୁ ଅମଳ ଓ ଜମିର ବିବାଦ ତୁଟାଇବାକୁ ସମ୍ମତି ପ୍ରକାଶ କରିଥିଲେ । ଉଲ୍ଲଲେଖଯୋଗ୍ୟ ଯେ ଦୀର୍ଘଦିନ ହେଲା ଏହି ବବାଦ ଲାଗି ରହିଛି ଓ କଚେରୀରେ ମଧ୍ୟ ମାମଲା ବିଚାରଧୀନ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ