ପୂର୍ବତନ ୱାର୍ଡ ସଭ୍ୟଙ୍କ ଅକାଳ ବିୟୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ୪ନଂ.ୱାର୍ଡର ପୂର୍ବତନ ୱାର୍ଡ ସଭ୍ୟ ତଥା ନିଳୋକ ଗ୍ରାମର ଯୁବବ୍ୟବସାୟୀ ସୁଧାଂଶୁ ଶେଖର ନାୟକ(୪୭)ଙ୍କର ଶୁକ୍ରବାର ସନ୍ଧ୍ୟାରେ ଅକାଳ ବିୟୋଗ ଘଟିଛି । ତାଙ୍କ ମରଶରୀରକୁ ଶୋକାକୂଳ ପରିବେଶରେ ଅନ୍ତିମ ସତ୍କାର କରାଯାଇଥିଲା । ବଡପୁଅ ଜ୍ୟୋତି ପ୍ରକାଶ ମୁଖାଗ୍ନି ଦେଇଥିଲେ । ଗତ ୨୦୦୨ ମସିହାରେ ନିଳୋକ ପଞ୍ଚାୟତ ପୁର୍ନଗଠନ ବେଳେ ସେ ପ୍ରଥମ କରି ୪ନଂ.ୱାର୍ଡରେ ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେ ଜଣେ ଯୁବବ୍ୟବସାୟୀ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ନିଳୋକ ବଜାରର ବ୍ୟବସାୟୀ ମାନେ ଶୋକ ପ୍ରକାଶ କରିବା ସହିତ ଶନିବାର ସକାଳ ଠାରୁ ଅପରାହ୍ନ ପର୍ଯ୍ୟନ୍ତ ବଜାରକୁ ବନ୍ଦ ରଖିଥିଲେ । ତାଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ