ଆହତ ଶ୍ରମିକଙ୍କୁ ଉତ୍ତମ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ସରପଞ୍ଚ ଓ ଗ୍ରାମବାସୀଙ୍କ ଦାବି

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲା ଟାଟା ପ୍ରକଳ୍ପ ସମ୍ମୁଖରେ ଥିବା ଅଶୋକ ଲାୟେଲାଣ୍ଡ କମ୍ପାନିରେ କାମ କରୁଥିବା ବେଳେ ଶ୍ରମିକ ଗୋବିନ୍ଦ ନାହାକ ଗୁରୁତର ଆହାତ ହୋଇଛନ୍ତି । ଗତ ୨୧ ତାରିଖରେ କମ୍ପାନି ପକ୍ଷରୁ ଏକ ଭଙ୍ଗାଘର ଠାରେ କାମ କରୁଥିବା ବେଳେ ଗୋବିନ୍ଦ ଉପରେ ଚଦର ପଡି ଗୋଡ ଫାଳ ହୋଇ ଗୁରୁତର ଭାବେ ଆହତ ହୋଇଥିଲେ । ସେହିଦିନ ହିଁ କମ୍ପାନି ବ୍ରହ୍ମପୁର ଏମ୍‌କେସିଜି ଡାକ୍ତରଖାନାରେ ଗୋବିନ୍ଦ କରିବା ପରେ ଉତ୍ତମ ଚିକିତ୍ସାର ବ୍ୟବସ୍ଥା ନ କରି ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ସେ ଚମାଖଣ୍ଡି ପଂଚାୟତ ସିତାରାମପୁର ଗ୍ରାମର ଶ୍ରମିକ ହୋଇଥିବାରୁ  ଗ୍ରାମବାସୀ ଓ ସରପଞ୍ଚ ସିଏଚ୍‌.ମନୋଜ କୁମାର ରେଡ୍ଡୀ ଗୋବିନ୍ଦଙ୍କ କମ୍ପାନୀ ପକ୍ଷରୁ ଉତ୍ତମ ଚିକିତ୍ସା ପାଇଁ ସଂପୂର୍ଣ୍ଣ ବନ୍ଦୋବସ୍ତ କରିବା ପାଇଁ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ