ନାବାଳିକା ଝିଅଙ୍କୁ ଅପହରଣ ଅଭିଯୋଗ ନେଇ ଏସପିଙ୍କୁ ଭେଟିଲେ ବିଧବା ମାଆ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଅପହରଣ କରାଯାଇଥିବା ନାବାଳିକା ଝିଅ ଙ୍କୁ ତୁରନ୍ତ ଉଦ୍ଧାର କରି ପରିବାରଙ୍କୁ ହସ୍ତାନ୍ତର କରିବା ଏବଂ ଅପହରଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିନେଇ ଆଜି ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୁତି ଗ୍ରାମର ବିଧବା ମାଆ ଓ ତାଙ୍କ ପୁଅ l ଏନେଇ ସେ ଜଗନ୍ନାଥପ୍ରସାଦ ଥାନା ରେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିନି l ଯାହାଫଳରେ ସେ ବାଧ୍ୟ ହୋଇ ଗଞ୍ଜାମ ଏସପିଙ୍କୁ ଭେଟିବାକୁ ଆସିଥିଲେ ବୋଲି କାନ୍ଦି କାନ୍ଦି ଗଣମାଧ୍ୟମରେ ଆଗରେ କହିଛନ୍ତି ବିଧବା ମହିଳା ନର୍ମଦା ନାଇକ l ବିବାହ ପ୍ରଲୋଭନ ଦେଖାଇ ତାଙ୍କ ନାବାଳିକା ଝିଅ କୁ ସେହି ଅଂଚଳ ର ଜୈନକ ଯୁବକ ଏବଂ ତାଙ୍କ ପରିବାର ଲୋକ ଅପହରଣ କରି ଏକ ଅଟୋ ଯୋଗେ କରି କୁଆଡେ ନେଇଯାଇଛନ୍ତି l ଏନେଇ ସେ ଜଗନ୍ନାଥ ପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି l ଏବେ ଶୁଣିବାକୁ ପାଇଲେ ଯେ ଉକ୍ତ ଯୁବକ ଏବଂ ତାଙ୍କ ପରିବାର ଲୋକେ କୁଆଡେ ତାଙ୍କ ନାବାଳିକା ଝିଅଙ୍କୁ ଅନ୍ୟ ଏକ ମୃଷ୍ଟିମୟ ଲୋକଙ୍କୁ ବିକ୍ରି କରିବା ନିମନ୍ତେ ମସୁଧା ଚଳାଇଛନ୍ତି ବୋଲି ନର୍ମଦା ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି l ଏଣୁ ମୋତେ ନ୍ୟାୟ ପ୍ରଦାନ କରାଯାଉ ମୁଁ ବିଧବା ସହ ହରିଜନ ଏବଂ ନିହାତି ଗରୀବ ଶ୍ରେଣୀ ର ମହିଳା ଅଟେ l ଅପହରଣକାରୀଙ୍କ ଠାରୁ ନାବାଳିକା ଝିଅ ଙ୍କୁ ଉଦ୍ଧାର କରି ସେମାନଙ୍କ ଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ନର୍ମଦା ନାଇକ ଗଞ୍ଜାମ ଏସପି ଙ୍କୁ ଭେଟି ଅନୁରୋଧ କରିବା ସହିତ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ l


