ସାମାଜିକ ପକ୍ଷ ପାଳନ
ବାଲେଶ୍ୱର, (ସରୋଜ ପଣ୍ଡା) :-ସାମାଜିକ ପକ୍ଷ ପାଳନ ଅବସରରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ପୋଷଣ ଯୋଜନା ପରିପ୍ରେକ୍ଷୀରେ ଭାସ୍କରଗଞ୍ଜ ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ, ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବାଲେଶ୍ଵର ଜିଲ୍ଲା ପ୍ରଭାରୀ ନିରୋଜ ନଳିନୀଙ୍କ ଉପସ୍ଥିତିରେ ବାଲେଶ୍ଵର ମହିଳା ମୋର୍ଚ୍ଚା ଦ୍ଵାରା ପିଲାମାନଙ୍କୁ ଫଳ, ମିଷ୍ଟାନ୍ନ, ବିସ୍କୁଟ ଆଦି ବଣ୍ଟନ କରାଗଲା। ଏଥିରେ ବିଜେପି ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ , ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ସୁଷମା ବିଶ୍ଵାଳ, ଜିଲ୍ଲା ଉପ ସଭାପତି କମଳା ବିନ୍ଧାଣୀ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନୀଷା ଚିନ୍ମୟୀ ବେହେରା, ଜିଲ୍ଲା ସମ୍ପାଦିକା ପିଙ୍କି ପ୍ରଧାନ ଓ ସଶ୍ମିତା ଚାନ୍ଦ, ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ ।


