ଜିଲ୍ଳାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୨୧୭ଟି ଅଭିଯୋଗ : ଶୁଣାଣି ବେଳେ ବହୁ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ତାତିଲେ ଜିଲ୍ଲାପାଳ

ମୋହନା, (ଅଂଶୁମାନ ପଣ୍ଡା) :-କୋଭିଡ଼ କଟଜଣା ପାଇଁ ଗତ ଦୁଇ ବର୍ଷ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ ଚାନ୍ଦିପୁଟ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନସାଧାରଣଙ୍କ ବ୍ୟକ୍ତିଗତ ୧୪୫ ଓ ସାମୁହିକ ୭୨ଗୋଟି ଅଭିଯୋଗ ଶୁଣିଥିବା ବେଳେ ୭ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୩୨ ହଜାର ଟଙ୍କା ଚିକିତ୍ସାଜନିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବହୁ ଅଭିଯୋଗଗୁଡ଼ିକ ମଧ୍ୟରେ ଜମିଜମା, ରାସ୍ତାଘାଟ, ରାସନ କାର୍ଡ ଭଳି ଅଭିଯୋଗ ଆସିଥିବା ବେଳେ ସେହି ସବୁ ସମସ୍ୟାର ଖୁବ ଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ଅଭିଯୋଗ ଶୁଣାଣି ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର, ଗ୍ରାମ୍ୟ ଉନ୍ନୟନ ବିଭାଗ ର ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ବିଦୂତ ବିଭାଗ ଅଧିକାରୀ, ପାନୀୟ ଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ, ସମେତ ଅନେକ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ କାରଣରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ । ଅଭିଯୋଗ ଶୁଣାଣିରେ ଅତିରକ୍ତ ଏସପି ବାମଦେବ ସିଂ, ପ୍ରକଳ୍ପ ନିର୍ଦେଶକ ମହେଶ୍ୱର ନାୟକ,ଏସ୍ଡିପିଓ ଦିଲ୍ଲୀପି କୁମାର ନାୟକ ଙ୍କ ସମେତ ଜିଲ୍ଲା ସ୍ତରୀୟ ବହୁ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ନାବାଡ଼ ପକ୍ଷରୁ ତପ୍ତପାଣି ଫାର୍ମର ପ୍ରୋଡୁସର କମ୍ପାନୀକୁ ଚାଷୀଙ୍କ ବ୍ୟବହାର ପାଇଁ ଯୋଗାଇ ଦିଆଯାଇଥିବା ଏକ ପିକଅପ ଭ୍ୟାନକୁ ଜିଲ୍ଲାପାଳ ପତାକା ଦେଖାଇ ଉଦ୍ଘାଟନ କରିଛନ୍ତି । ଏହି ଅଭିଯୋଗ ଶୁଣାଣି ରେ ସ୍ୱାସ୍ଥ୍ୟ, ଅଙ୍ଗନୱାଡି, ଭଳି ବାହାରେ ଅନେକ ଷ୍ଟଲ ସଚେତନତା ପାଇଁ ରହିବା କଥା କିନ୍ତୁ ତାହା ନଥିବାରୁ ବିଡିଓ ଙ୍କ ଏଭଳି ଆୟୋଜନ କୁ ଅଞ୍ଚଳରେ ନିନ୍ଦା କରିଛନ୍ତି ଅଞ୍ଚଳ ବାସୀ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ପୋଲିସ ଟିମି ଉପସ୍ଥିତ ରହିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ