ଅଞ୍ଚଳ ବାସୀଙ୍କ ଅଭିଯୋଗ ପରେ ଡାକ୍ତର ପୃଥିବୀ ଙ୍କୁ ବଦଳି କଲେ ସ୍ୱାସ୍ଥ୍ୟ ବିଭାଗ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ବ୍ଲକ ଯାହାକି ୩୯ଟି ପଞ୍ଚାୟତ କୁ ନେଇ ଗଠିତ ଏଠିକାର ଲୋକେ ଅନ୍ଧ ବିଶ୍ୱାସ ରେ ଡୁବି ରହୁଥିବା ରୁ ଅନେକ ହିଂସା କାଣ୍ଡ ଘଟୁଛି ତାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଗଜପତି ଜିଲ୍ଲା ପାଇଁ ଅଧିକ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇଛନ୍ତି I ହେଲେ ମୋହନା ବ୍ଲକ ର ସବୁଠୁ ବଡ଼ ପଞ୍ଚାୟତ ସୀକୁଳିପଦର ଏହି ପଂଚାୟତ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବହୁ ଦିନ ହେଲା ଡାକ୍ତର ପୃଥିବୀ ରାଜ ଜେନା ଲୋକ ଙ୍କୁ ଉଚିତ ସେବା ନ ଯୋଗାଇ ବହୁ ଦିନ ଅନୁପସ୍ଥିତ ରହୁଛନ୍ତି I ଏପରିକି ରୋଗୀଙ୍କୁ ସେବା ଯୋଗାଇ ଟଙ୍କା ମଧ୍ୟ ନେଉଛନ୍ତି I କିଛିଦିନ ତଳେ ରୋଗୀଙ୍କୁ ଡେଟ ଚାଲିଯାଇଥିବା ଔଷଧ ଦେଇଥିଲେ ଯାହାକୁ ନେଇ ବହୁ ଅଭିଯୋଗ ପରେ ଖବର କାଗଜ ରେ ପ୍ରକାଶ ପାଇଥିଲା ଯାହାକୁ ନେଇ ଜିଲ୍ଲା ପାଳ ତୁରନ୍ତ ତାଙ୍କର ବଦଳି କରାଇଥିଲେ I ଛେଳିଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ କିନ୍ତୁ ପୃଥିବୀ ରାଜ ଜେନା ଜିଲ୍ଲା ର କିଛି ଅଧିକାରୀ ଙ୍କୁ ହାତ ଗୁଂଜା ଦେଇ ପୁଣି ସୀକୁଳିପଦର ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆସିଥିଲା I ପୁଣି ନୂତନ ସରପଂଚ ସତ୍ୟ ଦଣ୍ଡସେନା ଓ ପଂଚାୟତ ମେମ୍ବର ମାନେ ଗ୍ରାମ ସବାରେ ଆଲଚନା କରି ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପୃଥିବୀରାଜ ଜେନା ଙ୍କୁ ଗାରାବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ବଦଳି କରିଛନ୍ତି ଏବଂ ତୁରନ୍ତ ସେଠାରେ ଦୈତ୍ୟ ନେବା ପାଇଁ ଉଲେଖ ରହିଛି I ଚିଠି ନଂ୨୯୨୦ରେ ସୀକୁଳିପଦର ସ୍ୱାସ୍ଥ୍ୟ କେନ୍ଦ୍ର କୁ ମୋହନା ମେଡ଼ିକାଲ ର ଡାକ୍ତର ମହେଶ୍ୱର ଭୁବଳେନ୍ଦ୍ର ସିଂ ଙ୍କୁ ବଦଳି କରାଯାଇଛି I ତୁରନ୍ତ ପୃଥିବୀରାଜ ଜେନଙ୍କୁ ଏଠାରୁ ବଦଳି କରିଥିବା ରୁ ଅଞ୍ଚଳ ବାସୀ ଜିଲ୍ଲା ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ