ମ୍ୟାଟ୍ରିକ ବିଦ୍ୟାର୍ଥୀ ଙ୍କୁ ଵିଦାୟ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଵିଷ୍ଣୁପୁର ପଞ୍ଚାୟତ ଚିଙ୍ଗିଡିପୁର ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ଦଶମ ଶ୍ରେଣୀ ମାଟ୍ରିକ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ପତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ , ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ବିଜୟ ଖିଲାର, ଅଜିତ ଦାସ, ଅଶୋକ କୁମାର ପଣ୍ଡା, ଶିକ୍ଷାବିତ ରବିନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ସଫଳତା ପାଇଁ ନିରବଚ୍ଛିନ୍ନ ଓ ନିଷ୍ଠାପର ଉଦ୍ୟମ ଜରୁରୀ ବୋଲି ମାଟ୍ରିକ ବିଦ୍ୟାର୍ଥୀ ଙ୍କୁ ବକ୍ତବ୍ୟ ମାଧ୍ୟମରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ପ୍ରିୟଙ୍କା ନାୟକ, ମଧୁସ୍ମିତା ବିଶ୍ୱାଳ, ଦେବେନ୍ଦ୍ର ନାଥ ପାଣି, ବିକଶି ସାହୁ ପ୍ରମୁଖ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରିୟଦର୍ଶିନୀ ପଣ୍ଡା, ମଧୁସ୍ମିତା ନାୟକ, ସସ୍ମିତା ସାମନ୍ତ, ରୋଜାଲୀନ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ