ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳ ରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବ୍ଲକ ଅନ୍ତର୍ଗତ ଵିଷ୍ଣୁପୁର ପଞ୍ଚାୟତ ଆଦମପୁର ଗ୍ରାମର ଚାଷୀ କୃପାସିନ୍ଧୁ ବେହେରା ଆଜି ଘର ପାଖ ଚାଷ ଜମିରେ କାର୍ଯ୍ୟ କରୁଥିବା ବେଳେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ। ଦିନ ପ୍ରାୟ ୧୧.୩୦ମିନିଟ ସମୟରେ ସେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ସଂଗେ ସଂଗେ ଭଦ୍ରକ ମେଡ଼ିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ସ୍ବର୍ଗତ ବେହେରା ଜଣେ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ଗାଁ ଆଖପାଖ ଅଞ୍ଚଳରେ ପରିଚିତ ଥିଲେ। ମୃତ ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ, ସମବାୟଵିତ ବିଜୟ ଖିଲାର, ସାମାଜିକ କର୍ମୀ ନୀରଞନ ବାରିକ,ସନାତନ ପରିଡା ପ୍ରମୁଖ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଗାଁ ମଶାଣିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିବା ବେଳେ ଶହଶହ ଗ୍ରାମବାସୀ ଉପସ୍ଥିତ ଥିଲେ ।


