ନମକଣା ହତ୍ୟା ଘଟଣା : ୪ଦିନ ପରେ ପୁଲିସ ହାତ ଖାଲି

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଥାନା ବନ୍ଦାଳୋ ମଢ଼ିଆଳି ପଞ୍ଚାୟତ ନମକଣା ଗାଁ ନିକଟରେ ଗତ ରବିବାର ସନ୍ଧ୍ୟାରେ ଏକ ଲୋମ ହର୍ଷଣକାରୀ ହତ୍ୟାକାଣ୍ଡ ଘଟି ଯାଇଥିଲା। ସଂଘବଦ୍ଧ ଆକ୍ରମଣ ଯୋଗୁ ଗ୍ରାମର ପିତାମ୍ବର ଜେନାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଗାଁ ଆଖପାଖ ତଥା ମଞ୍ଜୁରୀରୋଡ଼ ଅଂଚଳ ଏକ ପ୍ରକାର ସ୍ତବ୍ଧ ହୋଇଯାଇଥିଲା। ମୃତକଙ୍କ ପୁଅ ଗଣେଶ ଜେନାଙ୍କ ଅଭିଯୋଗ ମୁତାବକ ତାଙ୍କ ବାପାଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶ୍ରୀଧର ଜେନାଙ୍କ ସମେତ ସଦାଶିବ, ଭରତ, ଶତ୍ରୁଘନ ହତ୍ୟା କରିଛନ୍ତି । ପୋଲିସ ଏ ବାବଦରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲେ ସୁଦ୍ଧା ହତ୍ୟାକାରୀ ମାନଙ୍କୁ ଧରିବାରେ ସଫଳ ହୋଇନାହିଁ। ଘଟଣାକୁ ଚାରିଦିନ ବିତିଯାଇଥିଲେ ବି ପୁଲିସ ହତ୍ୟାକାରୀଙ୍କ ନିକଟରେ ପହଞ୍ଚି ନପାରିବା ପ୍ରଶାସନର ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପୁଲିସ ସମାଲୋଚନା ର ଶିକାର ହୋଇଥିବା ବେଳେ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ