ଶିଶୁଙ୍କ ପାଇଁ ଦିନଟିଏ : ଶିଶୁଙ୍କ ସୁରକ୍ଷା ପ୍ରଦାନ ସହ ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ୱ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :- ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ହିଞ୍ଜିଳିକାଟୁ ଶିଶୁ ବିକାଶ ସମ୍ମନିତ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ସିଡିପିଓ ଅଂଶୁପା ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ତ୍ରୟ ଭାଉ ସାହେବ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭ ଊଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠି, ଉପାଧ୍ୟକ୍ଷ ସୁନିଲ ଗନ୍ତାୟତ, ବିଡିଓ ସୁବ୍ରତ ଜେନା, ତହସିଲଦାର ପ୍ରଭାତ କୁମାର ପରିଡା, ବିଇଓ ଏସ. ଗିରିଧର ପ୍ରମୁଖ ମଞ୍ଚାସିନ ଥିଲେ । ସିଡିପିଓ ଶ୍ରୀମତି ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସର୍ମ୍ପକରେ ବର୍ଣ୍ଣନା କରିଥିଲେ । ବିଡିଓ ଶ୍ରୀ ଜେନା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ନୀତି ନିୟମ ଓ ବିଧିବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥି ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଯେପରି ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ଓ ଫଳପ୍ରଦ ହେବା ସହ ସମାଜରେ ଏକ ସକରାତ୍ମକ ପରିବେଶ ସୃଷ୍ଟି ହୋଇପାରିବ ସେଥିପ୍ରତି ସମସ୍ତଙ୍କ ସହଯୋଗ ସହଭାଗିତା ଏକାନ୍ତ ଆବଶ୍ୟକତା ରହିଛି ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ମୁଖ୍ୟତଃ ଶିଶୁ ମାନଙ୍କ ସୁରକ୍ଷା, ସେମାନଙ୍କ ବଞ୍ଚିବାର ଅଧିକାର, ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ସେମାନଙ୍କ ଉପରେ ହେଉଥିବା ଅମାନୁଷିକ ହିଂସା ଆଦି ପ୍ରସଙ୍ଗ ଉପରେ ସଚେତନ ସୃଷ୍ଟି କରିବା ସହ ଗୁରୁତ୍ୱାରୋପ କରିଥିଲେ । ଶ୍ରେଷ୍ଠ ଅଙ୍ଗନୱାଡି କର୍ମୀ ଭାବେ ୭ଜଣ ଓ ଶିକ୍ଷା, ନୃତ୍ୟ, ସଙ୍ଗୀତ ଆଦି କ୍ଷେତ୍ରରେ ଶ୍ରେଷ୍ଠ ପଦର୍ଶନ କରୁଥିବା ୭ ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଙ୍ଗନୱାଡି ସୁପରଭାଇଜର ମାନେ ପରିଚାଳନା କରିଥିବା ବେଳେ ଅଙ୍ଗନୱାଡି କର୍ମୀ ଓ ବ୍ଳକର ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ