ସର୍ବୋଚ୍ଚ ପ୍ରଶାସନିକ ଟିମ୍ ର ଗଜପତି ଜିଲ୍ଲା ଗସ୍ତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଏବଂ ୫-ଟି ଶାସନ ସଚିବ ଭି.କେ. ପାଣ୍ଡିଆନ୍ ଗଜପତି ଜିଲ୍ଲାଗସ୍ତ କରି ଛେଳିଗଡ ଜଳସେଚନ ଓ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ସର୍ବୋଚ୍ଚ ପ୍ରଶାସନିକ ଟିମ୍ ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ ଓ ଜଳବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଟିମ୍ ର ବରିଷ୍ଠ ଅଧିକାରୀମାନେ ନିର୍ମାଣାଧିନ ଟନେଲ୍ ଭିତରକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ ସହ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଟନେଲ୍ ୨୦୦ ମିଟର ନିର୍ମାଣ ସରିଛି । ଅବଶିଷ୍ଟ କାର୍ଯ୍ୟ ଅକ୍ଟୋବର ମାସ ମଧ୍ୟରେ ସାରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଟନେଲ୍ ନିର୍ମାଣ କାର୍ଯ୍ୟ ସରିଲେ ଅସ୍ଥାୟୀଭାବେ ଚାଷ ପାଇଁ ପାଣି ଯୋଗାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର ଆଶା ପ୍ରକାଶ କରିଥିଲେ । ୧୨ ଶହ ମିଟର ଟନେଲ କାମ ହେବାକୁ ଥିବା ବେଳେ ବର୍ତ୍ତମାନ ପ୍ରାୟ ୨ ଶହ ମିଟର କାମ ସରିଛି l ଆସନ୍ତା ଅକ୍ଟୋବର ସୁଦ୍ଧା ଟନେଲ କାମ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି l ଡ୍ୟାମ କାମ ମଧ୍ୟ ଚାଲିଛି l ଡ୍ୟାମ କାମ ନସରିଥିଲେ ମଧ୍ୟ ଟନେଲ କାମ ସରିଲେ ଖୁବ୍ ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମୂଖ୍ୟ ଶାସନ ସଚିବ କହିଛନ୍ତି l ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ମାଧ୍ୟମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬୨୬୦ ହେକ୍ଟରରୁ ଅଧିକ ଜମି ଜଳ ସେଚିତ ହେବ । ୨୦୨୪ ମସିହା ସୁଦ୍ଧା ପୁରାପ୍ରକଳ୍ପ କାର୍ଯ୍ୟ ପୂର୍ଣ୍ଣାଙ୍ଗ ଲକ୍ଷ୍ୟନେଇ କାର୍ଯ୍ୟସାରଣୀ ପ୍ରସ୍ତୁତ କରାଯାଇଛି । ଏହି ଗସ୍ତ କାଳରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।