ମଧୁ ବାବୁଙ୍କ ପ୍ରକୃତ ଓଡିଶା ଗଠନ ପାଇଁ ଲୋକ ମତ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଉତ୍କଳଗୌରବ ମଧୁସୂଦନ ଦାସଙ୍କ 175ତମ ଜୟନ୍ତି ପାଳନ ଅବସରରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ବ୍ରହ୍ମପୁର ଗାନ୍ଧିନଗର ଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି କର୍ପୋରେଟ ସପକ୍ଷବାଦୀ ନୀତି, ମଦନିଗମ, ଭୟ ଓ ଭ୍ରଷ୍ଟାଚାର ଆଦି ବିରୁଦ୍ଧରେ ମଧୁ ବାବୁ ଙ୍କ ଓଡିଶା ସମ୍ବନ୍ଧୀୟ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି l ସମିତି ର ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ଘରୋଇ କମ୍ପାନୀ ପ୍ରୀତିକୁ ଦୃଢ଼ ସମାଲୋଚନା କରାଯାଇଥିଲା l କମ୍ପାନୀ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଲୋକଙ୍କୁ ନିଜ ଭିଟାମାଟିରୁ ପୋଲିସ ବଳ ଲଗାଇ ବିସ୍ଥାପନ କରିବା ବର୍ତମାନ ରାଜ୍ୟ ସରକାରଙ୍କ ଦୈନନ୍ଦିନ କାମ ହୋଇପଡିଛି l ସେହିପରି ମଦ ଭଳି ନିଶା ଓ ବିଷାକ୍ତ ଜିନିଷକୁ ଓଡିଶାରେ ପ୍ରଚାର ପ୍ରସାର କରି,ପୁରସ୍କାର ଘୋଷଣା କରି ଜନ ଗଣଙ୍କୁ ନିଶାସକ୍ତ କରିବା ଓ ସେମାନଙ୍କୁ ଆର୍ଥିକ ଭାବେ ଶୋଷଣ କରିବା ରାଜ୍ୟ ସରକାରଙ୍କ ଏକ ବିବେକହୀନ କାମ ଅଟେ l ଖଣି ଦୁର୍ନୀତି, ଡାଲି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି ଆଦି ସମସ୍ତ ବିଭାଗରେ ଦୁର୍ନୀତି ଅତ୍ୟନ୍ତ ଚରମ ସୀମାରେ ପହଁଚିଛି l ଏଣୁ ଓଡ଼ିଆ ପ୍ରାଣ ପ୍ରତିଷ୍ଠତା ମଧୁସୂଦନ ଦାସ ଏ ପ୍ରକାର ଓଡିଶା ଗଠନ କରିବାର ସଂକଳ୍ପ ବା ସ୍ବପ୍ନ ଦେଖିନଥିଲେ l ଏକ ସ୍ୱାଭିମାନୀ ଓଡ଼ିଆ ଭାବେ ଓଡିଶାକୁ ପୁନଃ ନିର୍ମାଣ କରିବାର ନିହାତି ଆବଶ୍ୟକତା ରହିଛି ବୋଲି ଆଜି ଉପସ୍ଥିତ ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି l ବରିଷ୍ଠ ସାମ୍ବାଦିକ ରବି ରଥ,ସୁରେନ୍ଦ୍ର ନାଥ ପଣ୍ଡା,ରାମ ଚନ୍ଦ୍ର ସାହାଣୀ,ଗଗନ ଚନ୍ଦ୍ର ମଲ୍ଲିକ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ଡା. ନକୁଳ ସାହୁ,ଏସ. ସlମ୍ବlଶିବା ରାଓ, ସlଲ୍ଲା କେଶବ ଲିଙ୍ଗମ,ଶ୍ୟାମ ସୁନ୍ଦର ଖାଡ଼ଙ୍ଗା,ହୃଷିକେଶ ପାତ୍ର,ମନୋଜ ପଣ୍ଡିତ, ସୁବାଷ ଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ସାହୁ, ରବୀନ୍ଦ୍ର କୁମାର ନାୟକ,ପରୀକ୍ଷିତ ବେହେରା,ସିମାଞ୍ଚଳ ପତି,ଗୌରୀ ଶଙ୍କର ମହାନ୍ତି, ସରିତା ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ