ଗ୍ରାସୀମ କଲୋନୀରୁ ବିରାଟକାୟ ଅଜଗର ସାପ ଉଦ୍ଧାର

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜର ସିକ୍ୟୁରିଟି କଲୋନୀରୁ ଏକ ବିରାଟ କାୟ ଅଜଗର ସାପ ଉଦ୍ଧାର ହୋଇଛି। ଯାହାକୁ ନେଇ ଅଞ୍ଚଳରେ କକୁଆ ଭୟ ସୃଷ୍ଟି ହୋଇଛି ଆଜି ରାତି ପ୍ରାୟ ନଅ ଘଣ୍ଟ ସମୟରେ ନାକୀ ବନ୍ଦ ନିକଟରୁ ଏକ ବିରାଟ କାୟ ସାପ ବାହାରି ସିକ୍ୟୁରିଟି କଲୋନୀ ଭିତରକୁ ପଶୁଥିବା ସମୟରେ ,ଉକ୍ତ ସମୟରେ ପେଟ୍ରୋଲିଙ୍ଗ କରୁଥିବା ଆଦିତି ସିକ୍ୟୁରଟି କର୍ମଚାରୀ ଦେଖି ସାଥୀ କର୍ମଚାରୀ ଙ୍କୁ ଖବର ଦେଇଥିଲା। ସେମାନେ ସଙ୍ଗେ ସଙ୍ଗେ ଆସି ଅଜଗର କୁ ସତର୍କତା ସହିତ ନିଜ ଆୟତ କୁ ନେବା ସହ ବନ ବିଭାଗକୁ ଖବର ଦେଇଥିଲେ। ପରେ ବନ ବିଭାଗ ଆସି ଅଜଗର ସାପକୁ ନେଇଯାଇଥିଲେ । ଅଜଗର ସାପଟି ୧୫ ପୁଟ ଲମ୍ବ ଓ ୪୦ କେଜି ଓଜନ ହୋଇଥିବା ଜଣାପଡିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ