ଆରମ୍ଭ ହେଲା ଗଞ୍ଜାମ ର ଐତିହ୍ୟ ଚନ୍ଦନ ଯାତ୍ରା
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହରର ଐତିହ୍ୟ ଚନ୍ଦନ ଯାତ୍ରା ଆଜି ଆରମ୍ଭ ହୋଇଯାଇଛି । ସାମନ୍ତରା ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀ ସାନ୍ଧ୍ୟ ସମୟରେ ପାରମ୍ପରିକ ରୀତିନୀତି ଅନୁସାରେ ପୁଜାଅର୍ଚ୍ଚନା ସରିବା ପରେ ସୁସଜ୍ଜିତ ବିମାନରେ ବାହାରି ଏକ ବାର୍ଣ୍ଣଢ଼ିୟ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ । ପରେ ମନ୍ଦିର ସମ୍ମୁଖରେ ଥିବା ବିଶାଳ ଚାପ ବନ୍ଦ (ସାମନ୍ତରା ବନ୍ଦ)ରେ ସୁସଜ୍ଜିତ ଡଙ୍ଗାରେ ନୌବିହାର କରି ଚାପ ଖେଳିଥିଲେ ଶହ ଶହ ଭକ୍ତଙ୍କ ଗ୍ରହଣରେ । ପ୍ରଥମ ଦିନରେ ତିନି ବେଢା ଚାପ ଖେଳିଥିଲେ ସନ୍ଧ୍ୟାରେ। ପରେ ରାତ୍ରିରେ ପୁଣି ଖେଳିଥିଲେ ଚାପ ତିନିବେଢା । ବନ୍ଦ ଚତୁର ପାର୍ଶରେ ସୁନ୍ଦର ଆଲୋକି କରଣ ବେଶ ଆକୃଷ୍ଟ କରିଥିଲା । ଏହି ଯାତ୍ରାକୁ ସାମନ୍ତରା ସାହି ଓ କରଣ ସାହି ବାସିନ୍ଦା ମାନେ ଯାତ୍ରା ପରିଚାଳନା କରୁଥିବା ବେଳେ , ସମସ୍ତ ଗ୍ରାମ ବାସୀ ସହଯୋଗ କରୁଛନ୍ତି। ଏହି ଚନ୍ଦନ ଯାତ୍ରା ୨୧ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି I