ଧର୍ମପରାୟଣ ମହିଳାଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଓଡିଆ ଭଣ୍ଡାରୀ ସାହିର ଧର୍ମପରାୟଣ ମହିଳା ସ୍ୱର୍ଗତା ସରସ୍ବତୀ ଦେବୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକି ହୋଇଯାଇଛି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତା ସରସ୍ୱତୀ ଦେବୀ ଜଣେ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିବା ବେଳେ ସହରର ବିଭିନ୍ନ ମଠ ମନ୍ଦିର ସହ ଜଡିତ ରହି ବିଭିନ୍ନ କାର୍ଯ୍ୟ ସମ୍ପାଦନା କରିଥିଲେ । ଏହା ସହ ଭାଗବତ ପାରାୟଣ, ରାମଚରିତ ମାନସ ଭଳି କାର୍ଯ୍ୟକ୍ରମ ଗୁଡିକରେ ସହଯୋଗ କରିଆସୁଥିଲେ । ହେଲେ ଦୁଇ ବର୍ଷ ପୂର୍ବେ ତାଙ୍କର ନିଧନ ହୋଇଥିଲା । ତାଙ୍କରି ମୃତ୍ୟୁ ପରେ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ କରାଯାଇଥିଲା । ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ସହରର ବିଭିନ୍ନ ମହଲର ଲୋକେ ଯୋଗଦେଇ ଶୋକ ବ୍ୟକ୍ତ କରିବା ସହ ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତ ସରସ୍ୱତୀଦେବୀଙ୍କ ସ୍ବାମୀ ସୀତାରାମ ମିଶ୍ର ଯିଏକି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ସହ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀ ତାଙ୍କ ୨ପୁଅ ଯଥା ଇଂ.ଲକ୍ଷ୍ମୀନାରାୟଣ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ରଂଶ୍ମିରଂଜନ ମିଶ୍ର ପ୍ରମୁଖଙ୍କ ସହ ବହୁ ସ୍ୱପ୍ନା କୁମାରୀ ମିଶ୍ର, ଜାମାତା ଅବରପ୍ରାପ୍ତ ଇଂ. ସୁରେଶଚନ୍ଦ୍ର ଘଣ୍ଟ, ବଡ ଝିଅ ସସ୍ମିତା ମିଶ୍ର, ମଝିଆ ଝିଅ ତଥା ହିନ୍ଦି ଶିକ୍ଷୟତ୍ରୀ ଅନୀତା ମିଶ୍ର ଏବଂ ସପରିବାର ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀ ଶ୍ରାଦ୍ଧର ଆୟୋଜନ କରିଥିବା ବେଳେ ସହରର ବିଭିନ୍ନ ମହଲର ବହୁ ମାନ୍ୟଗଣ୍ୟବ୍ୟକ୍ତି ଯୋଗଦେଇଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ