୨ଜଣଙ୍କ ଠାରୁ ଦୁଇ ବନ୍ଧୁକ ଜବତ : ୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଆର୍‌.ଉଦୟଗିରି ପୋଲିସ ପେଟ୍ରୋଲିଂ କରିବା ବେଳେ ଦୁଇଜଣ ବନ୍ଧୁକଧାରୀ ଯୁବକଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ସମ୍ପୃକ୍ତ ୨ ଯୁବକ ହେଉଛନ୍ତି ସ୍ଥୀନୀୟ ଥାନା ଅଧୀନ ବେଲବଣ ଗ୍ରାମର ଟୁଲୁ ଦଳାଇ(୨୨) ଓ ରାଜେନ୍ଦ୍ର ଦଳାଇ (୨୧) । ଗିରଫ ପରେ ଦୁହିଁଙ୍କୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରବୀନ୍ଦ୍ର କୁମା ପଣ୍ଡା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଏସ୍ ଆଇ ମୁକେଶ ଲାକ୍ରା, ଦୁଷ୍ମନ୍ତ କୁମାର ଆମନ୍ତ, ଆର୍‌କେ ଦାଶ, ଏଏସ୍‌ଆଇ ରାମକୃଷ୍ଣ ପାଣିଗ୍ରାହୀ ସଦଳବଳେ ପେଟ୍ରୋଲିଂ କରୁଥିଲ । ଏହି ସମୟରେ ବିପରିତ ଦିଗରୁ ଆସୁଥିବା ବନ୍ଧାୁକଧାରୀ ଦୁଇ ଯୁବକ ଟୁଲୁ ଏବଂ ରାଜେନ୍ଦ୍ରଙ୍କୁ ଦେଖିଥିଲେ । ଦୁହେଁ ପୋଲିସକୁ ଦେଖି ଦୌଡି ପଳାଇଯିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ କାବୁ କରିଥିଲେ । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ଦୁଇହିଁଙ୍କୁ କୋର୍ଟ ଚାଲାଣ କରିଥିବାର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ