ଫିରିଙ୍ଗିଆ ପଂଚାୟତ ସମିତି ବୈଠକ ଅନୁଷ୍ଠିତ : ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଉପରେ ଗୁରୁତ୍ୱାରୋପ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଂଚାୟତ ସମିତି ସଭାଗୃହ ଠାରେ ପଂଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରେ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ନେଇ ପ୍ରଥମ ଥର ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ନବନିର୍ବାଚିତ ପଂଚାୟତ ସମିତି ଅଧକ୍ଷା ନମିତା କହଁର , ଉପାଧକ୍ଷ ଅଜିତ କୁମାର ସାହୁ , ୧୨ ନମ୍ବର ଜିଲ୍ଲାପରିଷଦ ସଭ୍ୟ ନିଳଗିରି ଦିଗାଳ , ୧୩ ନମ୍ବର ଜିଲ୍ଲାପରିଷଦ ଜୋନ ର ସଭ୍ୟା ଜୟଶ୍ରୀ କହଁର , ସାଂସଦ ପ୍ରତିନିଧି ବିଷ୍ନୁଚରଣ ମଲ୍ଲିକଙ୍କ ସହ ଫିରିଙ୍ଗିଆ ବ୍ଲକ ର ସମୁଦାୟ ୨୪ ଟି ପଂଚାୟତ ର ସମିତିସଭ୍ୟ,ସରପଂଚ , ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ମାନଙ୍କ ସହ ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମିଲନ କୁମାର ପ୍ରଧାନ , ଶିକ୍ଷାବିଭାଗ ଅଧିକାରୀ , କୃଷିବିଭାଗ , ଉଦ୍ୟାନ ବିଭାଗ , ମୃତ୍ତିକା ସଂରକ୍ଷଣ ବିଭାଗ , ମତ୍ସ୍ୟ ବିଭାଗ ସହ ବିଭିନ୍ନ ବିଭାଗର କର୍ମଚାରି ମାନେ ଉପସ୍ଥିତ ଥିଲେ l ଏହି ବୈଠକରେ ନବନିର୍ବାଚିତ ପ୍ରତିନିଧି ମାନଙ୍କୁ ସ୍ୱାଗତ କରାଯିବା ସହିତ ବ୍ଲକ ଅଧିନରେ ହେଉଥିବା ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଶିକ୍ଷା, ସ୍ୱାସ୍ଥ୍ୟ , ଗମନାଗମନ ଓ ପିଇବା ପାଣି ସମସ୍ୟା ଭଳି ବିଭିନ୍ନ ଦିଗ ଉପରେ ସୂଚନା ଦିଆଯାଇଥିଲା। ବ୍ଳକରେ ଲାଗିରହିଥିବା ମୌଳିକ ସମସ୍ୟା ଗୁଡ଼ିକ ବିିଭିନ୍ନ ପଂଚାୟତରେ କିଭଳି ଭାବେ ସ୍ଥାୟୀ ସମାଧାନ ହୋଇପାରିବ ସେନେଇ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲା l  ଆଗାମି ଦିନରେ ବ୍ଲକ ଅଧିନରେ ଥିବା ବିଭିନ୍ନ ଅଂଚଳ ମାନଙ୍କରେ ଲାଗିରହିଥିବା ଏହି ସମସ୍ୟା ଗୁଡିକର କିଭଳି ଭାବରେ ସମାଧାନ କରାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ବିଶେଷ କରି ଫିରିଙ୍ଗିଆ ବ୍ଲକ ରେ ଖାଦ୍ୟ ସୁରକ୍ଷା ଆଇନ ଦ୍ୱାରା ହିତାଧିକାରୀ ମାନଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଠିକ ଭାବରେ ହିତାଧିକାରୀ ମାନଙ୍କ ପାଖରେ ପହଂଚି ପାରୁନଥିବା ଓ ବିଭାଗ ଟି ସମ୍ପୂର୍ଣ୍ଣ  ରୁପେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବାରୁ ବହୁ ନିର୍ବାଚିତ ପ୍ରତିନିଧି ମାନେ କ୍ଷୋଭ ପ୍ରକାଶ କରିଥିଲେ। ଅନ୍ୟପଟେ ଫିରିଙ୍ଗିଆ ବ୍ଲକ ର ଉପାନ୍ତ ଅଂଚଳ ମାନଙ୍କ ରେ ଥିବା ବିଦ୍ୟାଳୟ ମାନଙ୍କ ରେ ଶିକ୍ଷକ ଓ ଭିତ୍ତିଭୂମି ଅଭାବରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ବୈଠକରେ ପ୍ରତିନିଧି ମାନେ ଜଣାଇବା ସହିତ ଏହି ସବୁ ସମସ୍ୟାର କିଭଳି ଭାବେ ସମାଧାନ ହୋଇ ପାରିବ ସେ ନେଇ ପଦକ୍ଷେପ ଉପରେ ମଧ୍ୟ ଶିକ୍ଷା ବିଭାଗକୁ ସୂଚିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ