ସାପକାମୁଡାରେ ଦିବାକରଙ୍କ ମୃତ୍ୟୁବରଣ

ଜଗତସିଂହପୁର, (ଅନସୂୟା ରାଉତ) :-ଆଜି ଜଗତସିଂହପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଗ୍ରାମର ଦିବାକର ସ୍ବାଇଁ ଗତକାଲି ଅପରାହ୍ନରେ ବିଷଧର ସାପ କାମୁଡାରେ ମୃତ୍ୟୁବରଣ କରିଛନ୍ତି।ଘଟଣାରୁ ଜଣାଯାଏ ଦିବାକର ନିଜ ବିଲରେ କାମ କରୁଥିବା ଏକ ବିଷଧର ସର୍ପ ତାଙ୍କ ପାଦକୁ ଦଂଶନ କରିଥିଲା। ଘର ଲୋକ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜଗତସିଂହପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁବରଣ ହୋଇଥିଲା। ଆଜି ପୋଷ୍ଟମର୍ଟମ ପରେ ତାଙ୍କ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ମୃତ୍ୟୁବରଣରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ