ଚୋରା ମଦ ବେପାରୀଙ୍କୁ ଗିରଫ କଲା ଅବକାରୀ ବିଭାଗ

ଜଗତସିଂହପୁର (ଅନସୂୟା ରାଉତ) :-ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅବକାରୀ ବିଭାଗ ଅଳାବୋଳ ପଞ୍ଚାୟତ ଅନ୍ତର୍ଗତ କୂଳଉପର ବଜାରରୁ ଜଣେ ମଦବେପାରୀକୁ ଧରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଏ ଧନୀଷ ଗ୍ରାମର ସୁଭାଷ ସ୍ବାଇଁ ନାମକ ବ୍ୟକ୍ତି ଦୀର୍ଘ ବର୍ଷ ହେବ ଚୋରା ମଦ ବ୍ୟବସାୟ କରୁଥିଲା। ସବୁବେଳେ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ସାରା ଅଞ୍ଚଳର ଯୁବଗୋଷ୍ଠୀଙ୍କୁ ପଥଭ୍ରଷ୍ଟ କରୁଥିଲା। କିନ୍ତୁ ଗତରାତ୍ରିରେ ବାଲିକୁଦାର ଅବକାରୀ ଅଧିକାରିଣୀ ବୈଜନ୍ତୀ ପଣ୍ଡାଙ୍କ ନେତୃତ୍ବରେ ଏକ ଟିମ୍ ମଦବେପାରୀକୁ ଧରି କେସ୍ ନମ୍ବର ୧୨୵୨୨ରେ କୋର୍ଟ ଚାଲାଣ କରିଛନ୍ତି । ପ୍ରକାଶ ଥାଉକି ବାଲିକୁଦା ଅବକାରୀ ଅଧିକାରିଣୀ ଶ୍ରୀମତୀ ପଣ୍ଡାଙ୍କ ଆଗମନ ସମୟରୁ ବାଲିକୁଦାର ବିଭିନ୍ନ ସ୍ଥାନର ଅନେକ ଚୋରା ମଦବ୍ୟବସାୟୀଙ୍କୁ ଧରି କୋର୍ଟ ଚାଲାଣ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ